Categories: ଜାତୀୟ

ଭାଜପାକୁ ବଡ଼ ଝଟ୍‌କା: ଦଳ ଛାଡିଲେ ବରିଷ୍ଠ ନେତା

ହାଇଦ୍ରାବାଦ୍‌,୨୫।୧୦: ପୂର୍ବତନ ବିଧାୟକ ରାଜ ଗୋପାଳ ରେଡ୍ଡୀ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡିଛନ୍ତି। ସେ ପୁଣି କଂଗ୍ରେସରେ ଯୋଗଦେବେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ ନାହିଁ।
ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ରାଜାଗୋପାଳ ରେଡ୍ଡୀଙ୍କ ନାମ ସାମିଲ କରାଯାଇ ନାହିଁ। ରାଜଗୋପାଳ ଭୋଙ୍ଗୀର କଂଗ୍ରେସ ଏମ୍‌ପି ଭେଙ୍କଟ ରେଡ୍ଡୀଙ୍କ ସାନ ଭାଇ। ସେ କଂଗ୍ରେସ ଛାଡି ଗତ ବର୍ଷ ଅଗଷ୍ଟରେ ଭାଜପାରେ ଯୋଗ ଦେଇଥିଲେ।

Share