Posted inଜାତୀୟ

ଭାଜପାକୁ ବଡ଼ ଝଟକା:ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୨ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିବ;ାଚନର ଭୋଟ ଫଳାଫଳକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହା ସହ କୁଲଦୀପ କୁମାରଙ୍କୁ ମେୟର ଘୋଷିତ କରାଯାଇଛି। ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ଭର୍ତ୍ସନା କରିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ଏସସି ଆଠଟି ବେଆଇନ ବାଲାଟ ପେପର ଦେଖାଇ ଓକିଲମାନଙ୍କୁ ଡକାଇ ଯାଞ୍ଚ କରିଥିଲେ। ଏହି ଆଠଟି ଭୋଟ ବେଆଇନ ନୁହେଁ, କିନ୍ତୁ ବୈଧ ବୋଲି କୋର୍ଟ ଗ୍ରହଣ କରିଛନ୍ତି। ତେଣୁ ଏହି ଆଠଟି ଭୋଟ ମଧ୍ୟ ଗଣାଯିବ ।

ଭିଡିଓ ଫୁଟେଜ ଦେଖିବା ପରେ ସୁପ୍ରିମକୋର୍ଟ କହିଛନ୍ତି ରିଟର୍ଣ୍ଣିଂ ଅଫିସର କିଛି ବାଲାଟ ପେପରରେ କିଛି ମାର୍କ ରଖିଛନ୍ତି। ସିଜେଆଇ ରିଟର୍ଣ୍ଣିଂ ଅଫିସର ଅନିଲଙ୍କୁ ପଚାରିଥିଲେ, ତୁମେ କଣ କରୁଛ? ଏହା ଉପରେ ଅନିଲ ସୁପ୍ରିମକୋର୍ଟଙ୍କୁ କହିତତ୍ଲେ ବାଲାଟ କାଗଜପତ୍ରରେ ତ୍ରୁଟି ଥିବାରୁ ସେ କ୍ରସ ମାର୍କ ରଖିଛନ୍ତି। ଏସସି ଅନିଲଙ୍କୁ ପଚାରିଥିଲେ ବାଲାଟ ପେପର କେଉଁଠାରେ ତ୍ରୁଟିପୂର୍ଣ୍ଣ?

ସୁପ୍ରିମକୋର୍ଟ କହିଛନ୍ତି ଭିଡିଓ ଫୁଟେଜକୁ ଦେଖିଲେ ଜଣାପଡୁଛି ରିଟର୍ଣ୍ଣିଂ ଅଫିସର କ୍ରସ ମାର୍କ ରଖିଥିବା ୮ଟି ବାଲାଟ ପେପର କୁଲଦୀପ କୁମାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। କୁହାଯାଉଛି ଯଦି ଏହି ଆଠଟି ଭୋଟ ଗଣନାରେ ଅନ୍ତର୍ଭୂକ୍ତ କରାଯାଏ ତେବେ ଫଳାଫଳ ଭିନ୍ନ ହେବାର ସମ୍ଭାବନା ଅଛି । ଶୀର୍ଷ କୋର୍ଟଙ୍କ ରାୟ ପରେ ଭାଜପାକୁ ବଡ଼ ଝଟକା ଲାଗିଛି।

ସୂଚନାଯୋଗ୍ୟ, ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ଜିତିଥିଲା। ଭଜପା ମେୟର ପ୍ରାର୍ଥୀ ମନୋଜ ସୋନକର ଏଏପି ପ୍ରାର୍ଥୀ କୁଲଦୀପ ଯାଦବଙ୍କୁ ପରାସ୍ତ କରିଥିଲେ। ଏହି ସମୟ ମଧ୍ୟରେ ନିର୍ବାଚନ ଅଧିକାରୀ ଅନିଲ ଆଠଟି ଭୋଟ ଅବୈଧ ଘୋଷଣା କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri