Categories: ଜାତୀୟ

ଭାଜପାକୁ ବଡ଼ ଝଟ୍‌କା, ଶରଦ ପାଓ୍ବାରଙ୍କ ପାଖକୁ ଫେରିଲେ…

ନୂଆଦିଲ୍ଲୀ,୨୫।୬:ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟ୍‌କା। ଭାଜପା ଛାଡି ଏନସିପି(ଶରଦ ଗୋଷ୍ଠୀ)ରେ ମିଶିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ। କିଛି ଦିନ ତଳେ ଭାଜପା ଛାଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ସେ ଶରଦ ପାୱାରଙ୍କ ପାଖକୁ ଫେରିଛନ୍ତି। ୨୦୧୪ରେ ସେ ଶରଦ ପାୱାରଙ୍କୁ ଛାଡି ଭାଜପାରେ ସାମିଲ ହୋଇଥିଲେ।

ଏବେ କିନ୍ତୁ ସେ ଦଳକୁ ଫେରିଛନ୍ତି। ଶନିବାର ସୂର୍ଯ୍ୟକାନ୍ତା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜି ସେ ଏନସିପିର ଶରଦ ପାୱାର ଗୋଷ୍ଠୀରେ ମିଶିଛନ୍ତି।
ସୂର୍ଯ୍ୟକାନ୍ତାଙ୍କ ଫେରିବା ଶରଦ ପାୱାରଙ୍କ ଦଳକୁ ଆଗାମୀ ବିଧାନସଭା ନିର୍ବାଚନରେ ସହାୟକ ହେବ ବୋଲି କୁହାଯାଉଛି।

Share