Posted inଜାତୀୟ

ହରିୟାଣା ଫଳାଫଳ ପରେ କଂଗ୍ରେସକୁ ବଡ଼ ଝଟ୍‌କା, ବଡ଼ ଆକ୍ସନ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧୦: କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ ଆମ ଆଦମୀ ପାର୍ଟି। ଅରବିନ୍ଦ କେଜରିୱାଲ ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଏକାକୀ ଲଢିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରି ଏଏପି ଦିଲ୍ଲୀରେ ଲୋକ ସଭା ନିର୍ବାଚନ ଲଢିଥିଲା।

କହିରଖୁଛୁ କି, ହରିୟାଣାରେ ଉଭୟ କଂଗ୍ରେସ ଓ ଏଏପିକୁ ଝଟକା ଲାଗିଛି। କଂଗ୍ରେସ ହରିୟାଣାରେ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଏଏପି ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ। ହରିୟାଣାରେ ଦୁଇ ଦଳ ଏକାଠି ନିର୍ବାଚନ ଲିବାକୁ ଆଗ୍ରହ ଦେଖାଇଥିଲେ ହେଁ ସିଟ ଶେୟାରିଂ ନେଇ ବୁଝାମଣା ନ ହେବାରୁ ଉଭୟ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ହରିୟାଣା ଫଳାଫଳ ପରେ ଏଏପି ମୁଖପାତ୍ର ପ୍ରିୟଙ୍କା କାକ୍କର କହିଛନ୍ତି, ଏଏପି ଦିଲ୍ଲୀରେ କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ। ହରିୟାଣାରେ ଏଏପି ଓ ସମାଜବାଦୀ ପାର୍ଟିକୁ କଂଗ୍ରେସ ସିଟ ଛାଡି ନଥିଲା। ଲୋକ ସଭାବେଳେ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦଳ କଂଗ୍ରେସକୁ ଅଧିକ ଆସନ ଛାଡିଥିଲେ। ତଥାପି ହରିୟାଣାରେ କଂଗ୍ରେସ ସିଟ ଛାଡିବାକୁ ରାଜି ହୋଇ ନଥିଲା। ଦଳ ବିଜୟ ନେଇ ଅଧିକ ଆତ୍ମବିଶ୍ୱାସ ଦେଖାଇଥିଲେ। ତେଣୁ ଦଳକୁ ଏବେ ହାରିବାକୁ ପଡିଲା। ସେହିପରି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ କଂଗ୍ରେସକୁ ପରୋକ୍ଷରେ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ସବୁଠାରୁ ବଡ ଶିକ୍ଷା ହେଲା ନିର୍ବାଚନରେ ଜଣେ କେବେ ହେଲେ ହିଁ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇବା କଥା ନୁହେଁ।

ସୂଚନାଥାଉ କି, କଂଗ୍ରେସ ହାରିବାର କାରଣ ଜାଟ ଭୋଟ କୁହାଯାଉଥିବାବେଳେ ରାଜନୈତିକ ବିଶେଷଜ୍ଞ ପରାଜୟର ସବୁଠାରୁ ବଡ଼ କାରଣ ଅନ୍ୟକିଛି କହୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଯେଉଁ ଆସନଗୁଡିକରେ କଂଗ୍ରେସର ପରାଜିତ ହୋଇଛି ତା’ର ସବୁଠାରୁ ବଡ କାରଣ ହେଉଛି ଆମ ଆଦମୀ ପାର୍ଟି ପ୍ରାର୍ଥୀ। କାରଣ କଂଗ୍ରେସର ବଡ଼ ଆକାରର ଭୋଟ ଏଏପିକୁ ଯାଇଛି।

ଯଦିଓ AAP ହରିୟାଣାରେ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇନାହିଁ, ଦଳ ଜମ୍ମୁ କଶ୍ମୀରରେ ଗୋଟିଏ ଆସନ ଜିତିଛି। ଏନେଇ ଗତକାଲି କେଜରିଓ୍ବାଲ କହିଛନ୍ତି ଯେ, ଜମ୍ମୁ କଶ୍ମୀର ହେଉଛି ପଞ୍ଚମ ରାଜ୍ୟ, ଯେଉଁଠାରେ ଆମ ଆଦମୀ ପାର୍ଟିର ଜଣେ ବିଧାୟକ ବିଜୟୀ ହୋଇଛନ୍ତି। ଆମ ଆଦମୀ ପାର୍ଟିର ପ୍ରାର୍ଥୀ ମେହେରାଜ ମଲିକ ଦୋଡା ଠାରୁ ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।

ର୍ନିବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। ତେବେ ଭୋଟ ଗଣିତକୁ ଦେଖିଲେ ଜାଣି ପାରିବା ଯେ, ମେଣ୍ଟ ଆଲୋଚନା ବିଫଳ ହେବାରୁ ଏଏପି କଂଗ୍ରେସ ସିଟ୍ରେ ମଧ୍ୟ ପ୍ରାର୍ଥୀ ଦେଇଥିଲା। ଯେଉଁ କାରଣରୁ ଭୋଟ ବ୍ୟାଙ୍କ ବାଣ୍ଟି ହୋଇ ଯାଇଥିଲା। ଏମିତି କିଛି ଆସନ ଅଛି ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି।

ଯଦି ଆମେ ଭୋଟ ପ୍ରତିଶତକୁ ଦେଖିବା ତେବେ ଭାଜପାର ଭୋଟ ପ୍ରତିଶତ ୩୯.୯୪ ହୋଇଥିବାବେଳେ କଂଗ୍ରେସର ଭୋଟ ପ୍ରତିଶତ ୩୯.୩୧ ଓ AAP ର ଭୋଟ ପ୍ରତିଶତ- ୧.୭୯। ଏଭଳି ପରିସ୍ଥିତିରେ ଯଦି ଆମେ କଂଗ୍ରେସ ଏବଂ AAP ର ଭୋଟ ପ୍ରତିଶତକୁ ଏକାଠି କରିବା, ତେବେ ଏହା ଭାଜପାର ଭୋଟ ପ୍ରତିଶତ ଠାରୁ ପ୍ରାୟ ୧ ପ୍ରତିଶତ ଅଧିକ।

ଗତକାଲି ହରିୟାଣା ରେଜଲ୍ଟ ପରେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କମେଣ୍ଟ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ ସେ କହିଛନ୍ତି ଯେ, ର୍ନିବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍ ନୁହେଁ। ପ୍ରତ୍ୟେକ ର୍ନିବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ର୍ନିବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ରତନ ଟାଟା

ମୁମ୍ବାଇ,୯ା୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ଏନେଇ ଖବର ସରବରାହ ସଂସ୍ଥା ରିଉଟର୍ସ ରିପୋର୍ଟ କରିଛି।...

ଇଣ୍ଡିଆ ମେଣ୍ଟରେ ଫାଟ: ସବୁଠାରୁ ବଡ଼ ଝଟ୍‌କା ରାହୁଲଙ୍କୁ ଦେଇଦେଲେ ଅଖିଳେଶ

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିବା ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ...

ଏକ ଦେଶ ଏକ ନିର୍ବାଚନ

ଭାରତରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ବା ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଚାରିଆଡ଼େ ଗରମାଗରମ ଆଲୋଚନା ହେଉଛି। ୧୮ ସେପ୍ଟେମ୍ବର ୨୦୨୪ରେ...

ହରିୟାଣାରେ ବଢିଲା ଭାଜପାର ବଳ, ପଦ୍ମ ଧରିଲେ ୩ ନେତା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭାର ଫଳାଫଳ ପରେ ଭାଜପା ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ...

ଗରିବଙ୍କୁ ଦଶହରା ଭେଟି ଦେଲେ କେନ୍ଦ୍ର ସରକାର, ୨୦୨୮ ଯାଏ…

ନୂଆଦିଲ୍ଲୀ,୯।୧୦: ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ...

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ,...

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ...

‘ଯେତେ ହିନ୍ଦୁ ବିଭାଜିତ ହେବେ, କଂଗ୍ରେସକୁ ସେତେ ଫାଇଦା ହେବ’ ଏମିତି କାହିଁକି କହିଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କ୍ଷମତା ହାସଲ କରିବା ପରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ଭାଜପା ଆଖି ରହିଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଡିଜିଟାଲ ମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri