Categories: ଜାତୀୟ

ପତଞ୍ଜଳିକୁ ବଡ଼ ଝଟ୍‌କା: କଡ଼ା ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦ା୭:ଯୋଗଗୁରୁ ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପତଞ୍ଜଳି ଆୟୁର୍ବେଦ ଲିଃର ୧୪ଟି ଉତ୍ପାଦକୁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ କର୍ତ୍ତୃପକ୍ଷ ଗତ ଏପ୍ରିଲରେ ୧୫ରେ ସ୍ଥଗିତ ରଖିଥିଲେ। ପରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆଧାରରେ ଉକ୍ତ କର୍ତ୍ତୃପକ୍ଷ ପତଞ୍ଜଳିର ୧୪ ଉତ୍ପାଦ ଉପରୁ ସ୍ଥଗିତାଦେଶ ହଟାଇଦେଇଥବା ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଥିଲେ। ଉକ୍ତ ପ୍ରଡକ୍ଟଗୁଡ଼ିକର ବିଜ୍ଞାପନ ପ୍ରତ୍ୟାହାର କରାଯାଇଛି କି ନାହିଁ, ତାହା ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ହିମା କୋହଲି ଏବଂ ସନ୍ଦିପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ଶୁଣାଣି ବେଳେ ପତଞ୍ଜଳିର ମେ’ ୧୬ ସତ୍ୟପାଠକୁ ବିଚାରକୁ ନେଇଥିଲେ, ଯାହାକି ଉତ୍ତରପ୍ରଦେଶ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ଏପ୍ରିଲ ୧୫ର ସସ୍‌ପେନ୍‌ଶନ ନିର୍ଦ୍ଦେଶ ଆଧାରରେ ୧୪ ଉତ୍ପାଦର ବିକ୍ରି ବନ୍ଦ ଥିବା ଦର୍ଶାଯାଇଥିଲା। ଯାଞ୍ଚ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟ ତଥା ହ୍ୟାଣ୍ଡଲଗୁଡ଼ିକୁ ବିଜ୍ଞାପନଗୁଡ଼ିକୁ ହଟାଇଦେବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସତ୍ୟପାଠରେ କମ୍ପାନୀ ଦର୍ଶାଇଥିଲା। ତେବେ ସେହିସବୁ ବିଜ୍ଞାପନ ହଟାଯାଇଛି କି ନାହିଁ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ଖଣ୍ଡପୀଠ ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି।

Share