Categories: ଜାତୀୟ

ବର୍ଷାରେ ବେହାଲ ମୁମ୍ବାଇ: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ,୨୩ ।୭: ମହାରାଷ୍ଟ୍ର ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି । କାରଣ ଆସନ୍ତା ୩-୪ ଦିନ ଏଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଛି । ଏଥିପାଇଁ କେନ୍ଦ୍ରୀୟ ରେଲୱେ ୪୮ ଟ୍ରେନକୁ ରଦ୍ଦ କରିଦେଇଛନ୍ତି । ଅନ୍ୟପଟେ ୩୩ ଟ୍ରେନର ରୁଟ ପରିବର୍ତ୍ତନ କରାଯିବା ସହ ୫୧ ଟେନ୍‌ର ଯାତ୍ରାକୁ କମ୍ କରି ଦିଆଯାଇଛି । କେଉଁଠି କେଉଁଠି ଟ୍ରେନ୍ ଲାଇନ ଉପରେ ପାଣି ଜମା ହୋଇ ରହିଛି ତ ପୁଣି କେଉଁଠି ଟ୍ରେନ୍ ଲାଇନ୍ ଉପରେ କାଦୁଅ ଜମା ହୋଇଯାଇଛି । ଆଉ କେତେକ ସ୍ଥାନରେ ଟ୍ରେନ୍ ଟ୍ରାକ କ୍ଷୟ ହୋଇଛି ଯାହା ଦ୍ୱାରା ବଡ ଦୁର୍ଘଟଣାର ସମ୍ଭାବନା ରହିଛି । ଏବେ ମରାମତି କାମ ଚାଲିଛି । ହେଲେ ଦୁର୍ଘଟଣାକୁ ଯଥା ସମ୍ଭବ ଏଡାଇବା ପାଇଁ ରେଲୱେ ପକ୍ଷରୁ ଚେଷ୍ଟା ଜାରି ରହିଛି । ପରିବର୍ତ୍ତିତ ଟ୍ରେନ ଚଳାଚଳର ଏକ ଲିଷ୍ଟ୍ର କେନ୍ଦ୍ରୀୟ ରେଲୱେ ଦ୍ୱାରା ଜାରି କରାଯାଇଛି । ସୂଚନାଯୋଗ୍ୟ, ମୁମ୍ବାଇରେ ଲଗାଣ ବର୍ଷା ଫଳରେ କିଛି ସହର ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଭୂସ୍ଖଳନରେ ଶୁକ୍ରବାର ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି ।

Share