Categories: ରାଜ୍ୟ

ବଡଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ

ପୁରୀ,୨୮।୬(ଅଜିତ୍‌ ମହାନ୍ତି) ଆଜି ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି। ଜନ୍ମବେଦୀରେ ନିଜର ୯ଦିନିଆ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଲେଉଟି ଯିବେ ତିନି ଠାକୁର। ସେଥିଲାଗି ସଅଳ ନୀତିକାନ୍ତି ଶେଷ ହୋଇଛି। ତିନି ଠାକୁରଙ୍କ ପହଣ୍ଡି ଶେଷ ହେବା ପରେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ଆଗରୁ ପ୍ରାୟ ୩ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି। ହୁଳହୁଳି, ହରିବୋଲ ପକାଇ ଲକ୍ଷଲକ୍ଷ ଭକ୍ତ ଶରଧାବାଲିରୁ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି।

Share