ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ମୁମ୍ବାଇରେ ୩୧ କୋଟି ଟଙ୍କାର ଏକ ଡ୍ୟୁପ୍ଲେକ୍ସ କିଣିଛନ୍ତି। ଏହାର ଆକାର ୫୧୮୪ ବର୍ଗଫୁଟ। ହେଲେ ଲାଗୁଛି ଯେପରି ବିଗ୍ ବି ତାଙ୍କ ନୂଆ ଘରେ ଖୁସି ନୁହଁନ୍ତି। ନିକଟରେ ନିଜ ବ୍ଲଗରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।
ଅମିତାଭ ବଚ୍ଚନ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପ୍ରତ୍ୟେକ କବିତା ସାଇତି ରଖିଥିଲେ। ଘର ପରିବର୍ତ୍ତନ ହେତୁ ତାଙ୍କୁ କିଛି ମିଳୁ ନାହିଁ । ବର୍ତ୍ତମାନ ଅମିତାଭ ତାଙ୍କ ବ୍ଲଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅମିତାଭ ଲେଖିଛନ୍ତି, ‘ମୁଁ ବହୁତ କ୍ରୋଧିତ, କାରଣ ଘର ବଦଳିବା କାରଣରୁ ତାଙ୍କର ସମସ୍ତ ପାଣ୍ଡୁଲିପି ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଯେତେବେଳେ ମୁଁ ସେହି ପାଣ୍ଡୁଲିପିଗୁଡ଼ିକ ପଢ଼ିଥିଲିି, ତାହା ସେଠାରେ ଥିଲା। ବର୍ତ୍ତମାନ ସେହି ପାଣ୍ଡୁଲିପିଗୁଡ଼ିକ କେଉଁଠାରେ ଅଛି ତାହା ମୁଁ ଜାଣେ ନାହିଁ । ଏକ ଦୁଃଖଦ ଘଟଣା।