‘ଓକେ’କୁ ନେଇ ବିଗ୍‌ ବି’ଙ୍କ ମତାମତ

ମୁମ୍ବାଇ: ବଲିଉଡ୍‌ର ବିଗ୍‌ ବି’ ଭାବେ ପରିଚିତ ଅମିତାଭ ବଚ୍ଚନ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ତେବେ ନିକଟରେ ସେ ଟୁଇଟରରେ ‘ଓକେ’କୁ ନେଇ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ମାର୍ଚ୍ଚ ୨୩ରେ ‘ଓକେ’ ଶବ୍ଦକୁ ୧୮୪ ବର୍ଷ ପୂରୁଛି। ‘ଓକେ’ ଶବ୍ଦକୁ ପ୍ରଥମ କରି ୧୮୩୯ ମସିହାରେ ବୋଷ୍ଟନ ମର୍ନିଂ ପୋଷ୍ଟରେ ବ୍ୟବହାର କରାଯାଇଥିଲା। ସେତେବେଳେ ‘ଅଲ୍‌ କରେକ୍ଟ’ ଶବ୍ଦକୁ ସଂକ୍ଷିପ୍ତ କରିବାକୁ ‘ଓକେ’ ଶବ୍ଦର ବ୍ୟବହାର କରାଯାଇଥିଲା। ବିଗ୍‌ ବି’ଙ୍କ ଏପରି ଟୁଇଟ୍‌ରେ ପ୍ରଶଂସକ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ବିଗ୍‌ ବି ‘ଓକେ’ ଶବ୍ଦ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବାରୁ ତାଙ୍କୁ ପ୍ରଶଂସକ ଧନ୍ୟବାଦ ଦେଇଛନ୍ତି। ତେବେ ନିକଟରେ ହାଇଦ୍ରାବାଦରେ ‘ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବିଗ୍‌ ବି’ଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେ ସେଠାରେ ଶୁଟିଂ ବନ୍ଦ କରି ମୁମ୍ବାଇ ଫେରିଥିଲେ। ଏବେ ତାଙ୍କ ଗୋଡ଼ର ଚିକିତ୍ସା ଚାଲିଥିବାବେଳେ ସେ ପାଦରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି। ପ୍ରଶଂସକ ତାଙ୍କର ଏହି ଟୁଇଟରେ ତାଙ୍କ ମଙ୍ଗଳ କାମନା କରିଛନ୍ତି।

Share