କଂଗ୍ରେସ ଭୋଟ ସୁରକ୍ଷା ପ୍ରତିମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର,୩ା୫ (ପ୍ରମୋଦ କୁମାର ନାୟକ): ୨୦୨୪ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଛି। ଏହା ଭିତରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ଦଳ ପ୍ରାର୍ଥୀ ଘୋଷଣା କରି ସାରିଲେଣି। ଏହି ପ୍ରାର୍ଥୀମାନେ ହେଲେ ଭାଜପାରୁ ଅମରେନ୍ଦ୍ର ଦାସ, ବିଜେଡି ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସରୁ ପ୍ରତିମା ମଲ୍ଲିକ। ଏହି ତିନିଜଣଙ୍କ ମଧ୍ୟରେ ଅମରେନ୍ଦ୍ର ନବାଗତ ହୋଇଥିବା ବେଳେ ପ୍ରଶାନ୍ତ ଓ ପ୍ରତିମା ପୁରୁଣା ମୁହଁ। ୨୦୦୯ରୁ ଏହି ନିର୍ବାଚନ ମଣ୍ଡଳୀ ଭୋଟ ସ୍ଥିତି ଦେଖିଲେ ଜଣାଯାଏ ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ ବିଜେଡି ଓ କଂଗ୍ରେସ ଭିତରେ ହୋଇଆସିଛି। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ପାଖାପାଖି ୧୦ ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ଚିରଞ୍ଜୀବଙ୍କୁ ୫୭,୨୨୨ ଓ ବିଷ୍ଣୁଙ୍କୁ ୬୭,୨୯୯ ଖଣ୍ଡ ଭୋଟ ମିଳିଥିଲା। କିନ୍ତୁ ୨୦୧୪ରେ ବିଜେଡିର ବିଷ୍ଣୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବଙ୍କଠାରୁ ୨,୮୮୮ ଖଣ୍ଡ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ବିଷ୍ଣୁଙ୍କୁ ୬୪,୧୭୯ ଓ ଚିରଞ୍ଜୀବଙ୍କୁ ୬୭,୦୬୭ ଖଣ୍ଡ ଭୋଟ ମିଳିଥିଲା। ୨୦୧୯ରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା। କଂଗ୍ରେସରୁ ଚିରଞ୍ଜୀବ ତୃତୀୟ ଥର ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ବିଷ୍ଣୁ ଅନ୍ୟ ନିର୍ବାଚନ ମଣ୍ଡଳୀ ଅର୍ଥାତ୍‌ ତିର୍ତ୍ତୋଲରୁ ପ୍ରାର୍ଥୀ ହୋଇଥିଲେ। ଆଉ ବିଷ୍ଣୁଙ୍କ ସ୍ଥାନରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ତତ୍କାଳୀନ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ନାଟକୀୟ ଢଙ୍ଗରେ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ଚିରଞ୍ଜୀବ ବିଜୟୀ ହେବେ ବୋଲି ଏକଜିଟ୍‌ ପୋଲ୍‌ ସମେତ କେତେଜଣ ରାଜନୈତିକ ବିଶାରଦ ଟିପ୍ପଣୀ ଦେଇଥିଲେ। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଥିଲା। ଚିରଞ୍ଜୀବଙ୍କୁ ପାଖାପାଖି ୮୬୪୨ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଶାନ୍ତ ବିଧାୟକ ହୋଇଥିଲେ। ଚିରଞ୍ଜୀବଙ୍କୁ ୬୧,୪୭୪ ଓ ପ୍ରଶାନ୍ତଙ୍କୁ ୭୦,୧୧୬ ଖଣ୍ଡ ଭୋଟ ମିଳିଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ବିଧାନସଭା ଆସନରେ କିନ୍ତୁ ନୂଆ ରାଜନୈତିକ ପରିବେଶ ସୃଷ୍ଟି ହୋଇଛି। ବଡ କଥା ହେଲା, ଗତ ନିର୍ବାଚନର ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ପ୍ରଶାନ୍ତ ଓ ଚିରଞ୍ଜୀବ ଏବେ ଗୋଟିଏ ଶିବିରରେ ରହିଛନ୍ତି। ପ୍ରଶାନ୍ତ ବିଜେଡି ପ୍ରାର୍ଥୀ ହୋଇଥିବାରୁ ଚିରଞ୍ଜୀବ ତାଙ୍କୁ ଜିତାଇବା ପାଇଁ ଉଦ୍ୟମ କରୁଥିବା କହୁଛନ୍ତି। ସେମାନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଭାଜପା ପ୍ରାର୍ଥୀ ଅମରେନ୍ଦ୍ର। ଅମରେନ୍ଦ୍ର ବିଜେଡିରେ ଥିବାବେଳେ ଦୀର୍ଘ ୫ ବର୍ଷ କାଳ ନିର୍ବାଚନମଣ୍ଡଳୀରେ ଭଲ ସଙ୍ଗଠନ କରିଥିଲେ। ସେ ବିଜେଡି ଟିକେଟ ପାଇଁ ଲବିରେ ଥିଲେ। କିନ୍ତୁ ବିଜେଡି ତାଙ୍କ ଅପେକ୍ଷା ପ୍ରଶାନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ସେ ଦଳ ଛାଡି ଭାଜପାରେ ମିଶିଥିଲେ। ତା ପରେ ଭାଜପା ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ଏବେ ବିଜେଡିର ତାଙ୍କ ସମର୍ଥକମାନଙ୍କ ସହ ଭାଜପା ଓ କଂଗ୍ରେସର ସିଂହଭାଗ ଭୋଟ ହାତେଇ ସେ ଜିତିବାକୁ ରଣନୀତି ଆପଣାଇଛନ୍ତି। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମଧ୍ୟ ବିଜେଡି ବାଦ୍‌ କଂଗ୍ରେସ ଭୋଟ ଉପରେ ନଜର ପକାଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଭାଜପା ଓ ବିଜେଡି ପ୍ରାର୍ଥୀ ଦ୍ୱୟ କଂଗ୍ରେସ ଭୋଟ ଉପରେ ଭରସା କରିଛନ୍ତି। ଯେଉଁ ଦଳ ସପକ୍ଷରେ କଂଗ୍ରେସ ଭୋଟ ଅଧିକ ଯିବ ସେ ପ୍ରାର୍ଥୀ ଜିତିବେ ବୋଲି କେତେଜଣ ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି। ଏ ପରିସ୍ଥିତିରେ କଂଗ୍ରେସ ପ୍ରାର୍ଥୀ ପ୍ରତିମାଙ୍କ ପାଇଁ ଦଳୀୟ ଭୋଟ ବଞ୍ଚାଇ ରଖିବା ଚ୍ୟାଲେଞ୍ଜ ହୋଇଯାଇଛି। କାରଣ ସେ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀ। ଯଦିଓ ସେ ରାଜନୀତିରେ ପୁରୁଣା, କିନ୍ତୁ କଂଗ୍ରେସ ବହୁ ବିଳମ୍ବରେ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଥିବାରୁ ପ୍ରତିମା ଚାପଗ୍ରସ୍ତ ହୋଇ ପଡ଼ିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ଲୋକ ସଭା ସଂସଦୀୟ ଆସନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ଥିଲେ। ସେତେବେଳେ ସେ ୨,୩୯,୬୮୪ ଖଣ୍ଡ ଭୋଟ ପାଇଥିଲେ। ତା’ପୂର୍ବରୁ ଅର୍ଥାତ୍‌ ୨୦୦୯ରେ ତିର୍ତ୍ତୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ୨୦୧୨ରେ ତିର୍ତ୍ତୋଲ ୧ ନମ୍ବର ଜିଲା ପରିଷଦ ଜୋନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ଏକାଧିକ ଥର ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ବାପାଙ୍କ ପ୍ରତିଷ୍ଠା ସହ ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ସେ ଏହି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିବେ। ଜଗତ୍‌ସିଂହପୁରର ଦଳୀୟ କେତେଜଣ ନେତାଙ୍କ ସହ ତାଙ୍କର ସମ୍ପର୍କ ଅଛି। କିନ୍ତୁ ବିଧାନସଭା କ୍ଷେତ୍ର ଉପରେ ଜ୍ଞାନ କମ୍‌। ବିଳମ୍ବରେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ କମ୍‌ ସମୟ ଭିତରେ ଅନ୍ୟମାନଙ୍କ ସହଯୋଗରେ ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ବୁଲିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଯାଇଛି। ତଥାପି ସେ ଅଭିଯାନ ଆରମ୍ଭ କଲେଣି। କଂଗ୍ରେସ ଆଗଧାଡିଆ ନେତାଙ୍କ ସହ ଯୋଗାଯୋଗ କରି ତୃଣମୂଳସ୍ତରକୁ ଯିବା ପାଇଁ ଯୋଜନା ରଖିଛନ୍ତି। ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭୋଟ ବ୍ୟାଙ୍କ ଭଲ ଥିଲା। ଚିରଞ୍ଜୀବ ଦଳ ଛାଡିଲା ପରେ ତାହା କେତେକାଂଶରେ ପ୍ରଭାବିତ ହୋଇଛି। ବିଶେଷକରି ଦଳୀୟ କର୍ମୀମାନେ ନେତୃତ୍ୱ ସଙ୍କଟ ଅନୁଭବ କରିଛନ୍ତି। ଏହାର ସୁଯୋଗରେ ବିଜେଡି ଓ ଭାଜପା ପକ୍ଷରୁ ସେମାନଙ୍କୁ ହାତେଇବା ପାଇଁ ଅହରହ ଉଦ୍ୟମ ଚାଲିଛି। ଅର୍ଥ ଓ କ୍ଷମତା ବଳ ମଧ୍ୟ କେତେକାଂଶରେ ପ୍ରଭାବ ପକାଇଛି। ଏହାସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ନିରାଶ ନ ହେବା ପାଇଁ ପ୍ରତିମା ଆହ୍ବାନ ଦେଉଛନ୍ତି। ସଙ୍ଗଠିତ ହୋଇ ରହିଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି। ଏଭଳିସ୍ଥିତିରେ ପ୍ରତିମା କଂଗ୍ରେସ ଭୋଟ ବ୍ୟାଙ୍କ ବଞ୍ଚାଇ ରଖିବାରେ ସମର୍ଥ ହେଉଛନ୍ତି କି ଭାଜପା, ବିଜେଡି ଏହାକୁ ପ୍ରଭାବିତ କରୁଛନ୍ତି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri