ପିଏଲଏରେ ବଡ ପରିବର୍ତ୍ତନ: ବାୟୁସେନା ନୌସେନା ବିମାନକୁ କଲା ଅଧିଗ୍ରହଣ, ଫିଲିପାଇନ୍ସକୁ ଅଟକାଇବା ପାଇଁ ଏକଜୁଟ…

ବେଜିଂ,୧୬।୮ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ହେଉଛି ବିଶ୍ୱର ସବୁଠାରୁ ବଡ ସେନା। ସମ୍ପ୍ରତି ପିଏଲଏରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକାଧିକ ସଶସ୍ତ୍ର ସେବା ମଧ୍ୟରେ ମିଳିତ କାର୍ଯ୍ୟ ପାଇଁ ଦକ୍ଷିଣ ଚାଇନା ସାଗରରେ ଫିଲିପାଇନ୍ସ ଆଉଟପୋଷ୍ଟ ଅବରୋଧ କରିବା ଲାଗି ବାୟୁସେନା ନୌସେନା ବିମାନକୁ ଅଧିଗ୍ରହଣ କରିଛି।

ପିଏଲଏ ନୌସେନା, ଚାଇନା କୋଷ୍ଟଗାର୍ଡ (ସିସିଜି) ଏବଂ ପିପୁଲ୍ସ ଆର୍ମଡ ଫୋର୍ସ ସାମୁଦ୍ରିକ ମିଲିସିଆ ମିଳିତ ଭାବେ କାର୍ଯ୍ୟ କରି ଫିଲିପାଇନ୍ସ କୋଷ୍ଟଗାର୍ଡ ଜାହାଜକୁ ବିଆରପି ସିଏରା ମାଦ୍ରେରେ ୧୨ରୁ ଅଧିକ ସାମୁଦ୍ରିକ ଅବତରଣ ରୋକିବା ନେଇ ମିଳିତ ଭାବେ କାର୍ଯ୍ୟ କରିଥିଲେ।

ବିଆରପି ସିଏରା ମାଦ୍ରେ ହେଉଛି ଏକ କର୍ଭେଟ ଯାହା ସ୍ପ୍ରାଟଲି ଦ୍ୱୀପପୁଞ୍ଜର ସେକେଣ୍ଡ ଥୋମାସ ଶୋଲରେ ଫିଲିପାଇନ୍ସର ସାମରିକ ଆଉଟପୋଷ୍ଟ ଭାବରେ କାର୍ଯ୍ୟ କରୁଛି।

Share