Categories: ଜାତୀୟ

ପଞ୍ଜାବ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଚଣ୍ଡିଗଡ଼,୩୦।୪: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳୀୟ ସଂଗଠନରେ ବଡ଼ ପରିବର୍ତ୍ତନ କରାଯାଇଛି। ଶୁକ୍ରବାର ୫ ଜଣ ନୂଆ ଉପାଧ୍ୟକ୍ଷ ସମେତ ଜଣେ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଦଳ ଅଧ୍ୟକ୍ଷା ଉକ୍ତ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଥିବା ଏକ ବିବୃତିରେ କୁହାଯାଇଛି। ଅମିତ୍‌ ଭିଜ୍‌ଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି)ର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ଉରଣା ଚୌଧରୀ, ଇନ୍ଦରବୀର ସିଂ ବୋଲାରିଆ, କୁଶଳଦୀପ ସିଂ କିକି ଧିଲୋନ୍‌, ପର୍‌ଗତ ସିଂ, ସୁନ୍ଦରଶାମ୍‌ ଆରୋରାଙ୍କୁ ଉପସଭାପତି ନିଯୁକ୍ତ କରାଯାଇଛି। ସେହିପରି ସନ୍ଦିପ ସିଂ ସାନ୍ଧୁଙ୍କୁ ସାଧାରଣ ସମ୍ପାଦକ କରାଯାଇଛି। ପୂର୍ବରୁ ଅମରିନ୍ଦର ସିଂ ଓ୍ବାରିଙ୍ଗ୍‌ଙ୍କୁ ପିପିସିସି ସଭାପତି ନିଯୁକ୍ତ କରାଯାଇଥିଲା।

Share