ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ: ବଦଳିଲେ ସଭାନେତ୍ରୀ

ଭୁବନେଶ୍ୱର,୩୦।୧: ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡିଶା ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି। ଏବେ ପୁରା ଆକ୍ସନ ମୋଡରେ ଆସିଛନ୍ତି ୩ଦଳ ଭାଜପା, କଂଗ୍ରେସ ଓ ବିଜେଡି। ଭାଜପା ପାଇଁ ମୋଦି ଦୁଇଦୁଇ ଥର ଓଡିଶା ଗସ୍ତରେ ଆସୁଥିବାବେଳେ ବିଜେଡି ମଧ୍ୟ ତାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ଏହିକ୍ରମରେ କଂଗ୍ରେସ ମଧ୍ୟ ପଛରେ ପଡିନି। ସୋମବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ କର୍ମୀଙ୍କୁ ଜୋସ୍‌ ଦେଇଛନ୍ତି, ଆଉ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ମଧ୍ୟ କରିଛନ୍ତି।

ବିଶେଷଭାବେ ରାଜ୍ୟ କଂଗ୍ରେସ ମୁଖପାତ୍ର ସ୍ତରରେ ପରିବର୍ତ୍ତନ ହୋଇଛି। ମୁଖପାତ୍ର ତାଲିକାରେ ବରିଷ୍ଠ ୫ଜଣ ନେତା ସ୍ଥାନ ପାଇଛନ୍ତିି। ସେମାନେ ହେଲେ ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ ଲଲାଟେନ୍ଦୁ ମହାପାତ୍ର। ଏହାବାଦ୍‌ ଅନ୍ୟ ୧୮ ଜଣ ନେତାଙ୍କୁ ମୁଖପାତ୍ର ତାଲିକାରେ ସାମିଲ୍‌ କରିଛି ଓଡିଶା କଂଗ୍ରେସ। ଏଥିସହ ନୂଆ ଟିମରେ ୧୨ ଜଣ ପ୍ୟାନେଲିଷ୍ଟଙ୍କୁ ନିଯୁକ୍ତ କରାଯାଇଛି।

ସେହିଭଳି ଆଜି ରାଜ୍ୟ ମହିଳା ସଂଗଠନରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛିି। ବନ୍ଦିତା ପରିଡାଙ୍କ ବଦଳରେ ତାରା ପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଦାୟିତ୍ୱ ଦିଆଯାଇଛି।

 

Share