Posted inଜାତୀୟ

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ପରିବର୍ତ୍ତନ

ରାୟପୁର,୧୫ା୭: ଚଳିତ ବର୍ଷ ଶେଷ ସୁଦ୍ଧା ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ କରିଛନ୍ତି।

କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ମୋହନ ମାର୍କମଙ୍କୁ ମନ୍ତ୍ରୀ କରାଯାଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମେଡିକାଲ ଶିକ୍ଷା ସହ ଶକ୍ତି ବିଭାଗ ଦିଆଯାଇଛି। ପୂର୍ବରୁ ଶକ୍ତି ବିଭାଗ ବଘେଲଙ୍କ ହାତରେ ଥିଲା। ମର୍କମଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମିଳିଛି। ପଞ୍ଚାୟତିରାଜ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ ଅତିରିକ୍ତ ଭାବେ ସ୍କୁଲ ଶିକ୍ଷା ଓ ସମବାୟ ବିଭାଗ ମିଳିଛି। ଚୌବେଙ୍କ ହାତରେ ଥିବା କୃଷି ଉନ୍ନୟନ, କୃଷକ କଲ୍ୟାଣ ଓ ଜୈବ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତାମରାଧ୍ୱଜ ସାହୁଙ୍କୁ ଦିଆଯାଇଛି। ସାହୁଙ୍କ ପାଖରେ ପୂର୍ବରୁ ଗୃହ, ଜେଲ୍‌, ପୂର୍ତ୍ତ, ପର୍ଯ୍ୟଟନ ବିଭାଗ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଡ଼ିଶା ଆସୁଛନ୍ତି ଗଡକରୀ, ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏନ୍‌ଏଚ୍‌ଏଆଇର ଅନେକ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା...

ଇଣ୍ଡିଆ ମେଣ୍ଟ ସଂକଳ୍ପକୁ ଅଧିକ ସଶକ୍ତ କରିବା ଆବଶ୍ୟକ: ଅଖିଳେଶ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏହି...

IAS ଅଫିସର ନେବେ AI ତାଲିମ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ପ୍ରୟୋଗ ଉପରେ ବ୍ୟାବହାରିକ ତାଲିମ ନିମନ୍ତେ ବୁଧବାର ଲୋକସେବା ଭବନ ସ୍ଥିତ ରାଜ୍ୟ କନ୍‌ଭେନସନ୍‌ ସେଣ୍ଟରରେ...

Milk Production Odisha: ଦୁଗ୍ଧ ଉତ୍ପାଦନ: ରାଜ୍ୟରେ ବଢ଼ିଛି, ୧୩ ଜିଲାରେ କମିଛି

ଦେଶର ଅର୍ଥନୀତି ସୁଦୃଢ଼ କରିବାରେ ପ୍ରାଣିସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଗ୍ରାମାଞ୍ଚଳର ଅନେକ ପରିବାର ଦୁଗ୍ଧ ଉତ୍ପାଦନ କରି ଗୁଜରାଣ ମେଣ୍ଟାଉଛନ୍ତି। ଏହି କ୍ରମରେ ଭାରତ...

ରାଉରକେଲାରେ ହାଜତ ମୃତ୍ୟୁ

ଷ୍ଟିଲ୍‌ ସିଟି ରାଉରକେଲାରେ ଗତ ସପ୍ତାହକ ମଧ୍ୟରେ ୫ଟି ହତ୍ୟାକାଣ୍ଡ ଘଟିବା ପରେ ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିଗିଡ଼ି ଯାଇଥିବା କୁହାଯାଉଥିବାବେଳେ ଏବେ ଅବକାରୀ ପୋଲିସ...

ଜନ୍ତୁ ଶିକାର ଉଦ୍ୟମ ପଣ୍ଡ: ବନ ବିଭାଗ ଦ୍ୱାରା ୨ ଗିରଫ

ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ତଥା ଦେବଗଡ ବନାଞ୍ଚଚଳ(ଦେବଗଡ ଫରେଷ୍ଟ ସେକ୍ସନ) ଅନ୍ତର୍ଗତ ଦେଓଝରଣ ଗ୍ରାମ ନିକଟସ୍ଥ ଝାଡେଶ୍ୱର ପିଆରଏଫ (ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ)ମଧ୍ୟରେ...

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image