Categories: ଜାତୀୟ

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ପରିବର୍ତ୍ତନ

ରାୟପୁର,୧୫ା୭: ଚଳିତ ବର୍ଷ ଶେଷ ସୁଦ୍ଧା ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ କରିଛନ୍ତି।

କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ମୋହନ ମାର୍କମଙ୍କୁ ମନ୍ତ୍ରୀ କରାଯାଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମେଡିକାଲ ଶିକ୍ଷା ସହ ଶକ୍ତି ବିଭାଗ ଦିଆଯାଇଛି। ପୂର୍ବରୁ ଶକ୍ତି ବିଭାଗ ବଘେଲଙ୍କ ହାତରେ ଥିଲା। ମର୍କମଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମିଳିଛି। ପଞ୍ଚାୟତିରାଜ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ ଅତିରିକ୍ତ ଭାବେ ସ୍କୁଲ ଶିକ୍ଷା ଓ ସମବାୟ ବିଭାଗ ମିଳିଛି। ଚୌବେଙ୍କ ହାତରେ ଥିବା କୃଷି ଉନ୍ନୟନ, କୃଷକ କଲ୍ୟାଣ ଓ ଜୈବ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତାମରାଧ୍ୱଜ ସାହୁଙ୍କୁ ଦିଆଯାଇଛି। ସାହୁଙ୍କ ପାଖରେ ପୂର୍ବରୁ ଗୃହ, ଜେଲ୍‌, ପୂର୍ତ୍ତ, ପର୍ଯ୍ୟଟନ ବିଭାଗ ରହିଥିଲା।

Share