Categories: ଜାତୀୟ

ଜଗନ ମୋହନଙ୍କ କ୍ୟାବିନେଟ୍‌ରେ ବଡ ପରିବର୍ତ୍ତନ

ଅମରାବତୀ,୭।୪: ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କିଛି ବଡ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଏକ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ଜଣାପଡିଛି।

ଏହାପୂର୍ବରୁ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍‌ର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ୨୪ ମନ୍ତ୍ରୀ ଇସ୍ତଫା ପତ୍ର ଦାଖଲ କରିଥିଲେ। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ୟାବିନେଟ୍‌ରେ ଏକ ବଡ ପରିବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ରେଡ୍ଡୀ ତାଙ୍କ କ୍ୟାବିନେଟରେ କିଛି ନୂଆ ଚେହେରାକୁ ସ୍ଥାନ ଦେଇପାରନ୍ତି । ତେବେ ନୂତନ ମନ୍ତ୍ରୀମାନେ ଏପ୍ରିଲ ୧୧ରେ ଶପଥ ନେଇପାରନ୍ତି।

Share