ଓ୍ବାଶିଂଟନ,୨୫।୬ : ଆମେରିକାର ଅଧିକାରୀମାନେ ଚାଇନାର ଉହାନ ଲ୍ୟାବରୁ ଏକ କରୋନା ମହାମାରୀ ଲିକ ହୋଇଥିବା ଏକ ଗୁପ୍ତଚର ରିପୋର୍ଟ କୁ ଖଣ୍ଡନ କରିଛନ୍ତି। ଏହି ରିପୋର୍ଟରେ ଦୋହରାଯାଇଛି ମହାମାରୀ କିପରି ଉତ୍ପନ୍ନ ହେଲା ସେନେଇ ଆମେରିକାର ଗୁପ୍ତଚର ବିଭାଗଗୁଡ଼ିକର ରାୟରେ ପାର୍ଥକ୍ୟ ରହିଛି। ଏହାର ଅନ୍ୟତମ କାରଣ ହେଉଛି ଚାଇନର ଦ୍ୱାରା ନିରପେକ୍ଷ ସମୀକ୍ଷାକୁ ଅବରୋଧ କରାଯିବା।
ଆମେରିକା କଂଗ୍ରେସ (ସଂସଦ) ନିର୍ଦ୍ଦେଶରେ ଏହି ରିପୋର୍ଟ ପ୍ରକାଶ ପାଇଛି। ମାର୍ଚ୍ଚରେ କଂଗ୍ରେସ ଆମେରିକାର ଏକ ଗୁପ୍ତଚର ସଂସ୍ଥାକୁ ଉହାନ ଭାଇରସ ଇନଷ୍ଟିଚ୍ୟୁଟ ସହ ଜଡିତ ଗୁପ୍ତଚର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ୯୦ ଦିନ ସମୟ ଦେଇଥିଲା।
ରିପୋର୍ଟରେ କୁହାଯାଇଛି ୨୦୧୯ରେ ଲାବୋରେଟୋରୀରେ କାର୍ଯ୍ୟ କରୁଥିବା ଗବେଷକମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କଠାରେ କିଛି ଶ୍ୱାସକ୍ରିୟା ଲକ୍ଷଣ ମଧ୍ୟ ରହିଥିଲା। ଆମେରିକାର ଏଜେନ୍ସିଗୁଡ଼ିକର ଏହି ସୂଚନା ମହାମାରୀର ଉତ୍ପତ୍ତି ବିଷୟରେ କଳ୍ପନାକୁ ସମର୍ଥନ କରି ନାହାନ୍ତି କିମ୍ବା ପ୍ରତ୍ୟାଖ୍ୟାନ ମଧ୍ୟ କରି ନାହାନ୍ତି।