Categories: ଜାତୀୟ

ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ

ମୁଜାଫରନଗର,୩୦।୧- ଭାରତୀୟ କିଷାନ ୟୁନିଅନ ନେତା ନରେଶ ଟିକାଏତ୍‌ଙ୍କ ଡାକରାରେ ଦିଲ୍ଲୀ ଗାଜିପୁର ସୀମାଠାରୁ ୧୫୦ କିଲୋମିଟର ଦୂରରେ ପୁଣି ଏକତ୍ରିତ ହେଲେଣି ଚାଷୀ। ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାଜିପୁର ସୀମାରୁ ବଳ ପୂର୍ବକ ଆନ୍ଦୋଳନସ୍ଥଳରୁ କୃଷକଙ୍କୁ ତଡ଼ାଯିବା ଲାଗି ଉଦ୍ୟମ ପରେ ଭିକେୟୁ ନେତା ନରେଶ ଟିକାଏତ୍‌ ମହାପଞ୍ଚାୟତ ତଥା କୃଷକଙ୍କ ବୈଠକ ଡକାଇଥିଲେ।

ଗାଜିପୁର ସୀମାରୁ କୃଷକଙ୍କୁ ପୋଲିସ ବଳ ପୂର୍ବକ ଘଉଡ଼ା ଯାଇଥିବା ଆକଳନ କରାଯାଉଛି। ଗତକାଲି ଆନ୍ଦୋଳନସ୍ଥଳରୁ ବିଦ୍ୟୁତ ଓ ପାଣି ଯୋଗାଣ ବିଚ୍ଛିନ୍ନ କରି ଦିଆଯାଇଥିଲା। କୃଷକମାନେ ଆନ୍ଦୋଳନସ୍ଥଳରୁ ଚାଲିଯିବା ପରେ କୃଷକ ନେତା ରାକେଶ ଟିକାଏତ୍‌  କ୍ୟାମେରା ଆଗରେ କାନ୍ଦି ପକାଇଥିଲେ।“ସେମାନେ କୃଷକ ଆନ୍ଦୋଳନକୁ ଧ୍ୱଂଶ କରିଦେବାକୁ ଚାହୁଁଛନ୍ତି, କିନ୍ତୁ ଆମେ ଏହା ହେବାକୁ ଦେବୁ ନାହିଁ। ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବ ନହେଲେ ଆତ୍ମହତ୍ୟା କରିବି। ଏହା କୃଷକଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର” ବୋଲି ଟିକାଏତ୍‌ ‌ କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଗାଜିପୁର ସୀମାକୁ ଫେରିବା ଆରମ୍ଭ କରିଛନ୍ତି କୃଷକ।

Share