‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୩ା୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଅଭିମୁଖେ ଆସୁଥିବାବେଳେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ବୈଠକରେ ମୋଟ୍‌ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ନୂଆ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ସମେତ ସୁଭଦ୍ରା ଗାଇଡ୍‌ଲାଇନରେ ସଂଶୋଧନ, ‘ସମୃଦ୍ଧ କୃଷକ ଯୋଜନା’ର କାର୍ଯ୍ୟାନ୍ବୟନ, ଓ ଏୟାର କନେକ୍ଟିଭିଟି ପଲିସି ଓ ଓ ଜିଏସ୍‌ଟି ଆଇନ୍‌-୨୦୧୭ରେ ସଂଶୋଧନ ପାଇଁ ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି।

ରାଜ୍ୟ କ୍ୟାବିନେଟ୍‌ରେ  ପାରିତ ପ୍ରସ୍ତାବରେ ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨ ଲକ୍ଷ ଆବେଦନ ଆସିଥିବାବେଳେ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଛନ୍ତି।

ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ଯୋଜନାରେ ୫ ବର୍ଷ ବଜେଟ୍‌ରେ ୫୫.୮୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ୧ କୋଟିରୁ ଅଧିକ ଆବେଦକାରୀ ନାମ ପଞ୍ଜୀକରଣ କରିସାରିଛନ୍ତି। ମୋଟ୍‌ ୨ଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରେଞ୍ଜକୁ ପସିଲା ବାତ୍ୟା! ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର…

ଭୁବନେଶ୍ୱର,୨୩।୧୦: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା...

ଶିଶୁଭବନ ଅନ୍ଧାର, ଗରମରେ ଛଟପଟ ହେଲେ ଶିଶୁରୋଗୀ

କଟକ,୨୩ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଶିଶୁଭବନ ପୁରୁଣା ବିଲ୍ଡିଂରେ ଲାଇନ ନ ଥିବାରୁ କିଛି ସମୟ ଧରି ଅନ୍ଧାର ରହିଥିଲା। ଅନ୍ଧାରରେ ଶିଶୁରୋଗୀ ଓ ଅଭିଭାବକ ନାହିଁ...

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ...

‘ଦାନା’ ଯୋଗୁ ରାଜ୍ୟର ୪ଟି ଜିଲା ଅଧିକ ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ...

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା...

‘ଦାନା’ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୨୩।୧୦: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ...

ଜଙ୍ଗଲରେ ଫିଙ୍ଗିଦେଲେ ଗର୍ଭବତୀଙ୍କ ମୃତଦେହ

ବଲାଙ୍ଗୀର,୨୩ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁ ନିକଟ ପତ୍ରା ଜଙ୍ଗଲରେ ବୁଧବାର ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ଗଳିତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri