ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ବିଭାଗରେ ୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି।

କ୍ୟାବିନେଟ ନିଷ୍ପତ୍ତିନୁସାରେ, ରାଜ୍ୟ ସରକାର ହାଇକୋର୍ଟର କର୍ମଚାରୀମାନଙ୍କ ପାଇଁ ୫୫୦ଟି ଷ୍ଟାଫ କ୍ବାର୍ଟସ ନିର୍ମାଣ କରିବେ। ଏହାର ନିର୍ମାଣ କାମ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବେସରକାରୀ ଡିଲରଙ୍କୁ ଆଉ ଦେଢ଼ ବର୍ଷର ଏକ୍ସଟେନସନ ମିଳିଛି। ଏଥିସହ ଗୋପାଳକ ଓ ଦୁଗ୍ଧଚାଷୀଙ୍କ ସ୍ବାର୍ଥ ପାଇଁ କାମଧେନୁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଦ୍ବାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ।

କାମଧେନୁ ଯୋଜନା ସହିତ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗୋପାଳନ ପାଇଁ ନୂଆ ଯୋଜନା ଆରମ୍ଭ ହେବ। ଗାଈ ଓ ମଇଁଷି ଚାଷୀଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ। ଗୋସମ୍ପଦ ବୀମା ୮୫% ସରକାର ଦେବେ, ୧୫% ଚାଷୀ ଦେବେ। ଓମଫେଡକୁ ସଶକ୍ତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧୪୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

ବିଜେଡି ଖତମ୍ ହେଇସାରିଛି କାହିଁକି ଏମିତି କହିଲେ ତୋମାର

ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri