ମୁମ୍ବାଇ,୨୫।୪: ଦେଶରେ କରୋନା ମହାମାରୀ ଯୁଦ୍ଧରେ ଜିତିବା ପାଇଁ ଟିକାକରଣ ଅଭିଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ଅନ୍ୟତମ ମହାରାଷ୍ଟ୍ରରେ କରୋନା ଟିକା ଅଭିଯାନକୁ ତୀବ୍ର କରିବା ପାଇଁ ଆଜି ଏକ ବଡ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର ସରକାର ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ଟିକା ଦେବାକୁ ଉଦ୍ଧବ ଠାକରେ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସାରା ଦେଶରେ କରୋନା ଭୂତାଣୁ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ମେ ୧ରୁ ଆରମ୍ଭ ହେଉଛି। ତୃତୀୟ ପର୍ଯ୍ୟାୟରେ, ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଛନ୍ତି।