Categories: ଜାତୀୟ

କାରଗିଲ୍‌ ଦିବସରେ ବଡ଼ ନିଷ୍ପତ୍ତି, ସେନା ପାଇଁ କିଣାଯିବ ୨୮,୭୩୨ କୋଟିର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ, ୨୬।୭ : କାରଗିଲ୍‌ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଙ୍ଗଳବାର ୨୮,୭୩୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଅନୁମୋଦନ ମନ୍ତ୍ରଣାଳୟ କରିଛି।

ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ସ୍ବାର୍ମ ଡ୍ରୋନ, କାର୍ବାଇନ ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ କହିଛି, ବୈଠକ ବୁଲେଟ ପ୍ରୁଫ ଜ୍ୟାକେଟର ପ୍ରସ୍ତାବକୁ ଅନୁମୋଦନ କରିବା ସହିତ ଶତ୍ରୁ ପକ୍ଷଙ୍କ ସ୍ନାଇପର ବିରୋଧରେ ଏଲଓସିରେ ନିୟୋଜିତ ଯବାନମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେଏଲଏସି ଏବଂ ପୂର୍ବ ସୀମାରେ ପାରମ୍ପାରିକ ତଥା ହାଇବ୍ରିଡ ଯୁଦ୍ଧ ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇ ସହିତ ଚାଇନାର ମୁକାବିଲା କରିବା ଭଳି ଜଟିଳ ପରିସ୍ଥିତିର ଆହ୍ବାନକୁ ଦୃଷ୍ଟିରେ ରଖି ପ୍ରାୟ ୪ ଲକ୍ଷ କ୍ଲୋଜ କ୍ୱାଟର୍ର୍‌ ବ୍ୟାଟ (ସିକ୍ୟୁବି) କାର୍ବାଇନ ପାଇଁ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାମୁଦ୍ରିକ ସୁରକ୍ଷା ବୃଦ୍ଧି ଲାଗି ୧୪ ଟି ଦ୍ରୁତ ପାଟ୍ରୋଲିଂ ଜାହାଜ ହାସଲ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

Share