Categories: ଜାତୀୟ

ୟୁପିରେ ଏଏପି ସରକାର ଗଢିଲେ ମାଗଣା ମିଳିବ ବିଜୁଳି

ଲକ୍ଷ୍ନୌ,୧୬ ।୯: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ୟୁପିରେ ଯଦି ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରେ ତେବେ ଜନସାଧାରଣଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ମିଳିବ । ଏହାକୁ ସେ ଟୁଇଟ୍ କରି ମଧ୍ୟ କହିଛନ୍ତି । ଏଥିରେ ସେ ସ୍ପଷ୍ଟ କରିଛନ୍ତି କି ଏଏପି ସରକାର ଗଠନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟର ବିଜୁଳି ମାଗଣାରେ ଯୋଗାଇ ଦେବ । ୟୁପି ପ୍ରଭାରୀ ସଞ୍ଜୟ ସିଂ କହିଛନ୍ତି ଲୋକଙ୍କର ଏଏପି ପ୍ରତି ଯେଉଁଭଳି ସମର୍ଥନ ରହିଛି ଏହାକୁ ନେଇ ଆମେ ଉତ୍ସାହିତ ଅଛୁ । ଦିଲ୍ଲୀ ମଡେଲ ଭଳି ଆମେ ୟୁପିରେ ବି କାମ କରିବୁ ବୋଲି ସେ କହିଛନ୍ତି ।

Share