Categories: ଜାତୀୟ

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ଓ୍ବାନଖେଡେଙ୍କ ବିରୋଧରେ ସିବିଆଇ ପ୍ରକାଶ କଲା ବହୁତ ବଡ ତଥ୍ୟ

ନୂଆଦିଲ୍ଲୀ,୧୫।୫: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସିବିଆଇ ପକ୍ଷରୁ ବହୁତ ବଡ ତଥ୍ୟ ଦିଆଯାଇଛି। ସିବିଆଇ କହିଛି କି ଆର୍ଯ୍ୟନ ଖାଁଙ୍କ ପରିବାରଠାରୁ ୨୫ କୋଟି ଟଙ୍କା ଆଦାୟ କରିବାର ଯୋଜନା କରାଯାଇଥିଲା। ଏବେ ଏହି ମାମଲାରେ ସାକ୍ଷୀ ଥିବା କେପି ଗୋସ୍ବାମୀ ଓ ତାଙ୍କ ସାଥିଙ୍କ ଉପରେ ଚୋରା ଚାଲାଣା ଅଭିଯୋଗ ଲାଗିଛି।

ଅଭିଯୋଗ ହେଉଛି ଯେ ଅନୁସନ୍ଧାନ ବେଳେ ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାନଖେଡେ କେ.ପି ଗୋସ୍ବାମୀ ଏବଂ ପ୍ରଭାକର ସେଲକୁ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷୀ ହେବାକୁ କହିଥିଲେ। ସିବିଆଇ ଦ୍ୱାରା ଏଫଆଇଆରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆର୍ଯ୍ୟନ ଖାନଙ୍କ ପରିବାରରୁ ୨୫ କୋଟି ଟଙ୍କା ଆଦାୟ ପାଇଁ ଯୋଜନା କରାଯାଇଥିଲା। ଏହି ମାମଲାରେ ଆର୍ଯ୍ୟନ ଖାନଙ୍କ ସହ ଜଣେ ବ୍ୟକ୍ତିଙ୍କ ସେଲଫି ମଧ୍ୟ ଭାଇରାଲ ହୋଇଥିଲା, ଏହା କେପି ଗୋସ୍ବାମୀଙ୍କ ବ୍ୟତୀତ ଆଉ କେହି ନୁହେଁ।

Share