ଏହିସବୁ ଜିଲାରେ ବିଗ୍‌ ଫାଇଟ୍‌, ଏହି ଠି ରହିଛି ଭାଜପାର ପଲା ଭାରି

ଭୁବନେଶ୍ୱର,୩୧।୩: ଲୋକ ସଭା ପ୍ରାର୍ଥୀ ଘୋଷଣା, ଆଉ ମଇଦାନ ବି ପ୍ରସ୍ତୁତ। ବିଜେଡି-ଭାଜପା ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏବେ ହେବ ବିଗ୍‌ ଫାଇଟ୍‌। ସାମ୍ନାସାମ୍ନି ହେବେ ଦୁଇ ଦଳର ମହାରାଥୀ। ଏନେଇ ଯୋଦ୍ଧାଙ୍କ ସହ କ୍ଷେତ୍ର ମଧ୍ୟ ପ୍ରସ୍ତୁତ। କିନ୍ତୁ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ଏହି ଦୁଇ ଦଳର ଘମାଘୋଟ ଲଢେଇ ନେଇ ଚର୍ଚ୍ଚା ଚାଲିଛି। ସହର ବଜାର, ଗଳିକନ୍ଦିରୁ ଆରମ୍ଭ କରି ଚା’ ଦୋକାନ ଯାଏଁ କିଏ ଜିତିବ କିଏ ହାରିବ ଏନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା।

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପରେ ରୋଚକ ହେଉଛି ରାଜ୍ୟ ରାଜନୀତି । ସେହି କ୍ରମରେ ଟିକେଟ୍‌ ଘୋଷଣା ପରେ ପ୍ରସ୍ତୁତ ହେଲେଣି ନେତା। ଧୀରେ ଧୀରେ ଏବେ ମଇଦାନକୁ ଓହ୍ଲାଇବାକୁ ନେତାଏ ଅଣ୍ଟା ଭିଡିଲେଣି। ତେବେ ଚର୍ଚ୍ଚା ହେଉଛି ଓଡ଼ିଶାରେ ଏହି ସବୁ ଜିଲାରେ ସୁପର ଫାଇଟ୍‌ ଦେଖିବାକୁ ମିଳିବ।

ସମ୍ବଲପୁରରେ ହୋଇପାରେ ହେଭିଓ୍ବେଟ ଫାଇଟ। ଆଉ ଭୁବନେଶ୍ୱରରେ ହେବ ଘମାଘୋଟ ଲଢେଇ। ଭାଗ୍ୟ ପରୀକ୍ଷା କରିବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ, ମନ୍ମଥ ରାଉତରାୟ-ଅପରାଜିତା ଷଡଙ୍ଗୀ। ଧର୍ମେନ୍ଦ୍ର ପ୍ରଧାନ, ଜଣେ ହେଭିୱେଟ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ସାଂଗଠନିକ ସଂପାଦକ। ଉଭୟେ ନିଜ ନିଜ ଦଳର ବଡ ଚେହେରା। ସେପଟେ ଭୁବନେଶ୍ବରରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେବେ ରାଜନୀତିରେ ନାବାଗତ ମନ୍ଣଥ ରାଉତରାୟ। ବିଜେଡିରେ ଯୋଗଦେବା ଦିନ ହିଁ ତାଙ୍କୁ ଟିକେଟ ଦେଇଛି ବିଜେଡି। ଅପରାଜିତା ୨୦୧୯ରେ ବ୍ୟୁରୋକ୍ରାସିରୁ ରାଜନୀତିରେ ପାଦ ଥାପି ମାଷ୍ଟରଷ୍ଟ୍ରୋକ ମାରିଥିଲେ । ଏହି କ୍ରମରେ ମନ୍ମଥ ମଧ୍ୟ ନିଜ ବାପା ସୁର ରାଉତରାୟଙ୍କ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବା ସହ ତାଙ୍କ ବାପାଙ୍କ ସମର୍ଥନ ମଧ୍ୟ ରହିଛି। ତେଣୁ ଭୁବନେଶ୍ୱରରେ ଲୋକ ଦେଖିବେ ଆଇଏଏସ ବନାମ କ୍ୟାପଟେନ୍‌ ଲଢେଇ। କୁହାଯାଉଛି ଭୁବନେଶ୍ୱର ଓ ସମ୍ବଲପୁରରେ ଦୁଇ ଦଳର ନେତା ଜିତିବାକୁ ପୂରା ବଳ ଲଗାଇବେ। କାରଣ ଉଭୟ ଦଳ ପାଇଁ ଏହିସବୁ ସିଟ ଏବେ ସମ୍ମାନର ପ୍ରଶ୍ନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ତତ୍କାଳୀନ ଦେବଗଡ଼ ଲୋକ ସଭା ଆସନର ଏମପି ଥିଲେ । ସେହି ପାଖରେ ଥିବା ସମ୍ବଲପୁର ଆସନରେ ଲଢ଼ିବା ତାଙ୍କ ପାଇଁ ସହଜ ହୋଇପାରେ । ଧର୍ମେନ୍ଦ୍ର ହେଉଛନ୍ତି ଅନୁଗୁଳର ବାସିନ୍ଦା । ଧର୍ମେନ୍ଦ୍ରଙ୍କ ସପକ୍ଷରେ ଯାଉଥିବା ଆଉ ଏକ କଥା ହେଲା, ପଶ୍ଚିମ ଓଡ଼ିଶାରେ ଭାଜପାର ଭଲ ପକେଟ ଭୋଟ ରହିଛି । ୨୦୧୯ରେ ଏହାର ପ୍ରତିଫଳ ମଧ୍ୟ ଦେଖିବାକୁ ମିଳିଥିଲା । ୧୦ ବର୍ଷ ଧରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହିବା ସମୟରେ, ଉତ୍ତରପ୍ରଦେଶ ଓ କର୍ନାଟକ ଭଳି ବଡ଼ ବଡ଼ ରାଜ୍ୟରେ ସେ ପ୍ରଭାରୀ ଭାବେ ସଫଳତାର ସହ ନିର୍ବାଚନ ପରିଚାଳନା କରିଛନ୍ତି ।

ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ପରିଚାଳନାରେ ତାଙ୍କର ଭଲ ଦକ୍ଷତା ରହିଛି । ପଶ୍ଚିମ ଓଡ଼ିଶାର ବିଜେପୁର, ପଦ୍ମପୁର, ବ୍ରଜରାଜନଗର ଓ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଣବ ଦଳ ପାଇଁ ସଫଳତା ଆଣିଦେଇଥିଲେ । ଏହାଛଡ଼ା ସମଲେଇ ପ୍ରକଳ୍ପ ଓ ପଶ୍ଚିମ ଓଡ଼ିଶାରେ ବିକାଶମୂଳକ କାମ ପ୍ରଣବଙ୍କ ସପକ୍ଷରେ ଯିବ ବୋଲି ଯୁକ୍ତି ଦର୍ଶାଯାଉଛି ।

ଏଥର କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ବନାମ ଅଂଶୁମାନ ମହାନ୍ତି। ୨୦୧୯ରେ ବିଜେଡିର ଅନୁଭବ ମହାନ୍ତିଙ୍କ ଠାରୁ ହାରିବା ପରେ ବୈଜୟନ୍ତ ଜାତୀୟ ରାଜନୀତିରେ ଆକ୍ଟିଭ ଥିଲେ। ହେଲେ ପୁଣିଥରେ ତାଙ୍କୁ ଟିକେଟ ଦେଇଛି ଭାଜପା। ସେପଟେ ବିଜେଡି ଏଥର ଅନୁଭବଙ୍କ ଟିକେଟ କାଟି ଅଂଶୁମାନ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି । ଅଂଶୁମାନ ରାଜନଗରର ପୂର୍ବତନ ବିଧାୟକ ଥିଲେ ଏବଂ କିଛି ଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ଆଉ ପ୍ରଥମ ପାଇଁ ଏମପି ଭାବେ ଲଢିବେ ଅଂଶୁମାନ । ତେଣୁ କଡା ମୁକାବିଲା ହେବ । ସେହିପରି ସୁନ୍ଦରଗଡ଼ ଲୋକ ସଭା ଆସନରେ ଜୁଏଲ ଓରାମଙ୍କୁ ଟକ୍କର ଦେବେ ଦିଲ୍ଲୀପ ତିର୍କି। ତେବେ ଏହିସବୁ ଆସନରେ ଲଢେଇ ଜମିବ ବୋଲି ସବୁଠୁ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ

ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ...

ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ

ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି। ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ...

ଦୁର୍ଗମ ଅଞ୍ଚଳରେ ବିଡିଓ: ସମସ୍ୟା ବୁଝିଲେ, ସମାଧାନର ପ୍ରତିଶୃତି ଦେଲେ

ରାଇକିଆ,୧୫।୩(ପ୍ରଦୀପ ବେହେରା): ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟର ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ...

ଶୁଦ୍ଧିକ୍ରିୟା ପାଇଁ ଯାଉଥିବାବେଳେ ଆଖିବୁଜିଲେ ଗୋଟିଏ ପରିବାରର ୩ ସଦସ୍ୟ : ମା’,ବାପା ପୁଅ ମୃତ

କେନ୍ଦୁଝର,୧୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ହୋଲି ଧୁମଧାମରେ ପାଳନ ହୋଇଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣାଘଟିଛି। ଶନିବାର ସକାଳେ ଚମ୍ପୁଆ...

ନବୀନଙ୍କ ପରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ହେବ କି ବଡ଼ ଡିଲ୍‌! ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୩: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ସିଏମ। ଏହାପୂର୍ବରୁ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ...

ରଙ୍ଗର ପର୍ବ ହୋଲିରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ...

ରବୀନ୍ଦ୍ର ମଣ୍ଡପରେ ହେମାମାଳିନୀଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ, ହେମା କହିଲେ…

ଭୁବନେଶ୍ୱର,୧୫।୩:(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ...

ଦୁର୍ବୃତ୍ତଙ୍କ ଟଣାଓଟରାରେ ଚଳନ୍ତା ସ୍କୁଟିରୁ ପଡିଲେ ଦମ୍ପତି, ପରେ ଲୁଟି ନେଇ…

ବୈଶିଙ୍ଗା,୧୫।୩:(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ହାତୀଝୁରି ଛକରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି। ଏହି ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image