Categories: ଜାତୀୟ

ଏସବିଆଇରେ ବଡ଼ ଠକେଇ, ଲୁଟେରାଙ୍କ ସହ ମିଶି ୧୭୫କୋଟି ଟଙ୍କା ଲୁଟ୍‌ କଲେ ବ୍ୟାଙ୍କ ମ୍ୟାନେଜର

ହାଇଦ୍ରାବାଦ,୨୯।୮: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହୋଇଛି ବଡ଼ ଠକେଇ। ଆଉ ଏହି ଠକେଇରେ ସାମିଲ୍‌ ଅଛନ୍ତି ଖୋଦ୍‌ ବ୍ୟାଙ୍କ ମ୍ୟାନେଜର। ଲୁଟେରାଙ୍କ ସହ ମିଶି ବ୍ୟାଙ୍କରୁ ୧୭୫କୋଟି ଟଙ୍କା ଲୁଟ୍‌ କରିଛନ୍ତି ବ୍ୟାଙ୍କ ମ୍ୟାନେଜର। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଶମଶାର ଗଞ୍ଜ ଏରିଆରେ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ୍‌ ମ୍ୟାନେଜର ମଧୁବାବୁ ଗଲି କରେଣ୍ଟ ଆକାଉଣ୍ଟ ଖୋଲିବାକୁ, ଟଙ୍କା ଉଠାଣ ଏବଂ ଡାଇଭର୍ଟ କରିବା ପାଇଁ କମିଶନ ନେଉଥିଲେ। ଏହି ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସାଇବର ସୁରକ୍ଷା ବ୍ୟୁରୋ ଏନସିଆରପି ପୋଟାର୍ଲରେ ବ୍ୟାଙ୍କର ଶାଖା ଉପରେ ୬ବ୍ୟାଙ୍କ ଖାତାକୁ ନେଇ ଅଭିଯୋଗ ଦାଖଲ ହୋଇଥିଲା। ପରେ ଯାଞ୍ଚବେଳେ ଜଣାପଡିଥିଲା କି, ୨୦୨୪ ମାର୍ଚ୍ଚ-ଏପ୍ରିଲ ୨ମାସ ମଧ୍ୟରେ ବଡ଼ ରକମର ଟଙ୍କା ନେଣଦେଣ ହୋଇଛି। ଏହିସବୁ ଖାତାକୁ ନେଇ ପ୍ରାୟ ୬୦୦ ଅଭିଯୋଗ ହୋଇଛି।

Share