Categories: ଜାତୀୟ

ଉରିରେ ଅନୁପ୍ରବେଶ କରିବାକୁ ଚାହୁଁଛି ବଡ ଆତଙ୍କବାଦୀ ଗ୍ରୁପ୍‌, ୩୦ ଘଣ୍ଟା ହେବ ଅପରେଶନ ଜାରି

ନୂଆଦିଲ୍ଲୀ,୨୧ ।୯: କଶ୍ମୀରର ଉରି ସେକ୍ଟରରେ ଏଲ୍‌ଓସି ନିକଟରେ ଏକ ବଡ ଆତଙ୍କବାଦୀ ଗ୍ରୁପ ସୀମାଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତି ଖବର ମିଳିବା ପରେ ସେନା ଦ୍ୱାରା ଗତ ୩୦ ଘଣ୍ଟାରୁ ଅଧିକ ସମୟ ହେବ ଅପରେଶନ ଜାରି ରହିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ ଜାରି ରଖିଛି ସେନା । ହେଲେ ସୁରକ୍ଷା ଦୃଷ୍ଟିରୁ ଅଧିକ କିଛି ନ କହି କେବଳ ଆତଙ୍କବାଦୀଙ୍କ ଗ୍ରୁପକୁ ଖୋଜା ଚାଲିଛି ବୋଲି କହିଛି ସେନା । ସେନା ଆହୁରି ମଧ୍ୟ କହିଛି ଏଲ୍‌ଓସିରେ ଦ୍ୱିତୀୟ ଥର ଲାଗି ଏହି ଅନୁପ୍ରବେଶ ଉଦ୍ୟମ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଉରି ଓ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ଓ ମୋବାଇଲ ସର୍ଭିସକୁ ବନ୍ଦ କରି ଦିଆଯାଇଛି ।

Share