RI, ICDS, ARI, AMIN, SFS ପରୀକ୍ଷା ପାଇଁ ଆସିଲା ଆଡମିଟ୍ କାର୍ଡ

ଭୁବନେଶ୍ୱର,୧୪।୯: ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେସ୍କନ କମିଶନ ପକ୍ଷରୁ RI, ICDS, ARI, AMIN, SFS ପଦବୀ ପାଇଁ ଆଡମିଟ୍‌ କାର୍ଡ ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀମାନେ ସବିଶେଷ ତଥ୍ୟ ପାଇପାରିବେ।

ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ କରିବା ପାଇଁ osssc ଓ୍ବେବସାଇଟ୍‌ www.osssc.gov.in  ରେ ଲଗ ଇନ୍‌ କରନ୍ତୁ। ନିଜ ୟୁଜର୍‌ ID ଏବଂ ପାସୱାର୍ଡରେ ଲଗ୍‌ ଇନ୍‌ ପରେ ସ୍କ୍ରିନରେ ଏକ ମକ୍‌ ଟେଷ୍ଟ ଆସିବ।
ଏହି ମକ୍‌ ଟେଷ୍ଟ ଲିଙ୍କ୍‌କୁ ଡାଉନଲୋଡ କରି ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ।

-ଏହି ଆଡମିଟ୍‌ କାର୍ଡରେ ତାରିଖ, ସ୍ଥାନ, ସମୟ ଏବଂ ପରୀକ୍ଷା କେନ୍ଦ୍ର ସମସ୍ତ ବିବରଣୀ ଉପଲବ୍ଧ ଅଛି। ଜାଣିରଖନ୍ତୁ ଆଡମିଟ୍‌ କାର୍ଡର କୌଣସି ହାର୍ଡକପି ଆପଣଙ୍କୁ ପୋଷ୍ଟ ଦ୍ୱାରା ପଠାଯିବ ନାହିଁ। ଏହା କେବଳ ଅନଲାଇନ୍‌ରେ ଉପଲବ୍ଧ।

-ଯେହେତୁ ପରୀକ୍ଷା ଅଲଗା ଅଲଗା ତାରିଖ ଏବଂ ଭିନ୍ନ ଭିନ୍ନ ସିଫ୍ଟରେ ଏକାଧିକ ପ୍ରଶ୍ନ ସେଟ ବ୍ୟବହାର କରି ପରୀକ୍ଷା କରାଯିବ ତେଣୁ (NTA) ଦ୍ୱାରା ସଦ୍ୟତମ ଢାଞ୍ଚାରେ ଆପଣାଯାଇଥିବା ପର୍ସଣ୍ଟାଇଲା ସ୍କୋର ଭିତ୍ତିରେ ମାର୍କ ଚେକ୍‌ କରାଯିବ।

-ସମସ୍ତ ଜିଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। କିନ୍ତୁ କେତେକ ଜିଲାର ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ହେତୁ କିଛି ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର ଆଲର୍ଟ କରାଯାଇଛି।

-ପରୀକ୍ଷାର୍ଥୀ ଉଭୟ ଓଡ଼ିଆ ଓ ଇଂରାଜୀରେ ପରୀକ୍ଷା ଦେଇପାରିବେ। ଓଡିଆରେ ଦ୍ୱନ୍ଦ୍ୱ ଥିଲେ ଇଂରାଜୀରେ ଦେଇପାରିବେ। ତେବେ PwD ପରୀକ୍ଷାର୍ଥୀଙ୍କୁ ୩୦ ମିନିଟ୍‌ ଅଧିକ ସମୟ ଦିଆଯିବ।

Share