Categories: ଜାତୀୟ

ପିଏମ ସମ୍ମାନ ନିଧିର ଲାଭ ନେଉଛନ୍ତି ୩୩ ହଜାର ମୃତକ

ଋାୟବରେଲି,୨୭ ।୬: ଉତ୍ତର ପ୍ରଦେଶ ରାୟବରେଲି ଜିଲାର ୩୩ହଜାର ୯୩୬ ଏମିତି କୃଷକ ରହିଛନ୍ତି କାଗଜ ପତ୍ରରେ ସେମାନେ ମୃତ ହୋଇଥିବା ବେଳେ କିନ୍ତୁ କୃଷକ ସମ୍ମାନ ନିଧିର ଲାଭ ନେଉଛନ୍ତି । କୃଷି ନିର୍ଦ୍ଦେଶାଳୟ ଲକ୍ଷ୍ନୌରୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି । ନିର୍ଦ୍ଦେଶାଳୟରୁ ପଠାଯାଇଥିବା ସୂଚି ଆଧାରରେ କୃଷି ବିଭାଗ ଜିଲାରେ ୬ ତହସିଲର ଉପଜିଲାଅଧିକାରୀଙ୍କୁ ପତ୍ର ଲେଖି ମୃତ କୃଷକଙ୍କ ଚିହ୍ନଟ କରିବାକୁ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଥିଲେ । ଯୋଜନା ଅନୁଯାୟୀ, ପ୍ରତିବର୍ଷ କୃଷକଙ୍କ ଜମା ଖାତାକୁ ୬-୬ ହଜାର ଟଙ୍କା ପଠାଯାଉଛି । ଜୁନ ମାସରେ କୃଷି ନିର୍ଦ୍ଦେଶାଳୟରୁ ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ସେହି କୃଷକଙ୍କ ସୂଚି ପଠାଯାଇଥିଲା ଯେଉଁମାନେ ପିଏମ ସମ୍ମାନନିଧି ଯୋଜନାର ଲାଭାର୍ଥି ରହିଛନ୍ତି । ହେଲେ ସେମାନଙ୍କର ମୃତ୍ୟୁ ହୋଇସାରିଛି ।

Share