Categories: ଜାତୀୟ

ନୀତୀଶଙ୍କ ସୁରକ୍ଷାାରେ ତ୍ରୁଟି

ପାଟନା,୧୫।୬: ଗୁରୁବାର ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ନୀତୀଶ କୁମାର ସକାଳେ ମର୍ନିଂ ଓ୍ବାକରେ ଯାଇଥିଲେ। ସେ ଅଣେ ମାର୍ଗରେ ଥିବା ତାଙ୍କ ବାସଭବନ ନିକଟରେ ସକାଳେ ବୁଲୁଥିଲେ। ଏହି ସମୟରେ ଲାହରିଆ କଟ୍‌ ବାଇକ ଡ୍ରାଇଭର ସେଠାରେ ପହଞ୍ଚିଥିଲେ। ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା ଚାଲିଛି।

ଏହି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଏସଏସଜିର କମାଣ୍ଡାଣ୍ଟ ଏବଂ ଅଧିକାରୀମାନଙ୍କୁ ଡକାଯାଇଛି। ପାଟଣାର ଏସଏସପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଅଧିକାରୀମାନଙ୍କର ବୈଠକ ଚାଲିଛି।

Share