ବଡ଼ ପଦକ୍ଷେପ: ଆଜିଠୁ ନିଷ୍କ୍ରିୟ ମୋବାଇଲ ନମ୍ବରରେ ମିଳିବନି UPI ସେବା

ଭୁବନେଶ୍ୱର,୧ା୪: ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍‌ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ ଉକ୍ତ ନମ୍ବରରେ ୟୁପିଆଇ ସେବା ମିଳିବ ନାହଁ।

ଏହିକ୍ରମରେ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟ୍‌ଫର୍ମ (ଡିଆଇପି)ରେ ଉପଲବ୍ଧ ମୋବାଇଲ ନମ୍ବର ରିଭୋକେଶନ ଲିଷ୍ଟ (ଏମ୍‌ଏନ୍‌ଆରଏଲ୍‌) ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ନିଷ୍କ୍ରିୟ ମୋବାଇଲ ନମ୍ବର ସହିତ ଲିଙ୍କ୍‌ ହୋଇଥିବା ୟୁପିଆଇର ବ୍ୟବହାର ବନ୍ଦ ହୋଇଯିବ। ଏହାସହ ପ୍ରତି ସପ୍ତାହରେ ଅତି କମ୍‌ରେ ମୋବାଇଲ ନମ୍ବର ରେକର୍ଡ ଅପଡେଟ କରିବାକୁ ବ୍ୟାଙ୍କ ଏବଂ ଗୁଗଲ ପେ’, ଫୋନ୍‌ ପେ’ ଭଳି ୟୁପିଆଇ ଆପ୍‌ ପାଇଁ ଏନ୍‌ପିସିଆଇ ବାଧ୍ୟତାମୂଳକ କରିଛି।

Share