Categories: ଖେଳ

ରୁଟ୍‌-ହାସନ-ମେଣ୍ଡିସ୍‌ ଭଳି ଖେଳାଳିଙ୍କୁ ମିଳିଲେନି କ୍ରେତା, ଜାଣନ୍ତୁ ଆଉ କିଏ ରହିଲେ ‘ଅନ୍‌ସୋଲ୍ଡ’

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୩ ର ମିନି ଅକ୍ସନ(ନିଲାମି) ଜାରି ରହିଛି। କେରଳର କୋଚିରେ ଚାଲିଥିବା ଏହି ମିନି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ମୂଲ୍ୟ ନିର୍ଦ୍ଧାରଣ ହେଉଛି। ଏସବୁ ମଧ୍ୟରେ ଇଂଲଣ୍ଡର ସାମ୍‌ କୁରାନ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏହାଛଡ଼ା ନିଲାମିରେ ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିଛି। ସେହିଭଳି ଅନେକ ବଡ଼ ଖେଳାଳିଙ୍କୁ କେହି କ୍ରେତା ମିଳିନାହାନ୍ତି। ସେମାନଙ୍କ ମଧ୍ୟରେ ଇଂଲଣ୍ଡ ପୂର୍ବତନ ଅଧିନାୟକ ଜୋ ରୁଟ୍‌, ବାଲାଂଦେଶ ଟେଷ୍ଟ ଅଧିନାୟକ ଶାକିବ ଅଲ ହାସନ ପ୍ରମୁଖ ଖେଳାଳି ରହିଛନ୍ତି। ତେବେ ଆସନ୍ତୁ ଦେଖିବା ପୂରା ତାଲିକା:-

ଆଇପିଏଲ୍‌ ଅକ୍ସନରେ ବିକ୍ରି ହୋଇ ନ ଥିବା ଖେଳାଳି:-

ଜୋ ରୁଟ – ଇଂଲଣ୍ଡ
ରିଲେ ରୋସୋ – ଦକ୍ଷିଣ ଆଫ୍ରିକା
ଶାକିବ-ଅଲ-ହାସନ – ବାଂଲାଦେଶ
ଲିଟନ କୁମାର ଦାସ – ବାଂଲାଦେଶ
କୁସାଲ ମେଣ୍ଡିସ – ଶ୍ରୀଲଙ୍କା
ଟମ ବେଣ୍ଟନ – ଇଂଲଣ୍ଡ
କ୍ରିସ ଜୋର୍ଡାନ – ଇଂଲଣ୍ଡ
ଆଡାମ ମିଲନେ – ନ୍ୟୁଜିଲ୍ୟାଣ୍ଡ
ଟାବ୍ରେଜ ଶାମସି – ଦକ୍ଷିଣ ଆଫ୍ରିକା
ମୁଜିବ ଉର ରେହମାନ- ଆଫଗାନିସ୍ତାନ
ଆଡାମ ଜାମ୍ପା – ଅଷ୍ଟ୍ରେଲିଆ
ଅକିଲ ହୁସେନ – ୱେଷ୍ଟଇଣ୍ଡିଜ
ରୋହନ କୁନୁମଲ – ଭାରତ
ଅନମୋଲପ୍ରୀତ ସିଂ – ଭାରତ
ଏଲ୍‌ ଆର୍‌ ଚେତନ – ଭାରତ
ହିମ୍ମତ ସିଂ – ଭାରତ
ଶୁଭମ ଖଜୁରିଆ -ଭାରତ
ପ୍ରିୟମ ଗର୍ଗ – ଭାରତ
ସୌରଭ କୁମାର – ଭାରତ
କର୍ବିନ୍‌ ବୋସ୍‌-ଦକ୍ଷିଣ ଆଫ୍ରିକା
ଅଭିମନ୍ୟୁ ଈଶ୍ୱରନ୍‌-ଭାରତ
ଶଶାଙ୍କ ସିଂ-ଭାରତ
ସୁମିତ କୁମାର-ଭାରତ
ଦିନେଶ ବାନା-ଭାରତ
ମହମ୍ମଦ ଆଜାରୁଦ୍ଦିନ-ଭାରତ
କେଏମ୍‌ ଆସିଫ୍‌-ଭାରତ
ଲେନ୍ସ ମୋରିସ-ଅଷ୍ଟ୍ରେଲିଆ
ମୁଜ୍‌ତବା ୟୁସୁଫ-ଭାରତ
ଚିନ୍ତଲ ଗାନ୍ଧୀ-ଭାରତ
ମୁରୁଗନ ଅଶ୍ୱିନ-ଭାରତ
ଶ୍ରେୟାସ ଗୋପାଳ-ଭାରତ

 

Share