ସୁଭଦ୍ରାକୁ ନେଇ ବଡ଼ ଖବର: ଏହିଦିନ ମିଳିପାରେ ତୃତୀୟ ପର୍ଯ୍ୟାୟ ଟଙ୍କା! ଶୀଘ୍ର କରନ୍ତୁ ଆବେଦନ…

ଭୁବନେଶ୍ୱର,୧୨।୧୦: ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଅକ୍ଟୋବର ୯ ତାରିଖରେ ମିଳିଥିବାବେଳେ ଏବେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମଧ୍ୟ ମିଳିବାକୁ ଯାଉଛି। ଏନେଇ ସରକାର ପ୍ରସ୍ତୁତ ହେଲେଣି। ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ସୂଚନା ଦେଇଛନ୍ତି। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ କଲ ଯିବ ବୋଲି ପ୍ରଭାତୀ କହିଛନ୍ତି। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ ଯିବ ବୋଲି ସେ କହିଛନ୍ତି।

ପ୍ରଭାତୀ କହିଛନ୍ତି, ଏଯାବତ ୧ କୋଟି ୬୦ ହଜାର ମହିଳା ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ କଲ ଯିବ। ଫୋନ କରି ତ୍ରୁଟିକୁ ଠିକ କରିବାକୁ ପରାମର୍ଶ ଦିଆଯିବ। ଘରକୁ ଘର ଯାଇ ଅଙ୍ଗନାଓ୍ବାଡି କର୍ମୀ ଭୁଲ୍‌ ଠିକ କରିବେ। ଶେଷ ଯୋଗ୍ୟ ହିତାଧିକାରୀ ଯାଏ ଟଙ୍କା ମିଳିବ। ପରବର୍ତ୍ତୀ କିସ୍ତି ପାଇଁ ଠିକ ସମୟରେ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି।

ତେବେ କୁହାଯାଉଛି ଯେ, ଦୀପାବଳିରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳିରେ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏଯାବତ ୨ଟି ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି। ଏମିତିରେ ୩ ପର୍ଯ୍ୟାୟକୁ ବାଦ ପଡ଼ିଥିବା ମହିଳା ଚାହିଁ ରହିଛନ୍ତି। ଅକ୍ଟୋବର ୯ ତାରିଖରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଦେଇ ଦଶହରା ଭେଟି ଦେଇଥିଲେ । ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏହାର ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳିରେ ଦେବାକୁ ସରକାର ଯୋଜନା କରୁଛନ୍ତି ।

ଆଜି ସୁଦ୍ଧା ୧ କୋଟି ୬୦ ହଜାର ମହିଳା ଆବେଦନ କରିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି ସୂଚନା ଦେଇଛନ୍ତି । କିନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିଛି । ଏହି ପର୍ଯ୍ୟାୟରେ ବାକି ରହିଯାଇଥିବା ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ଯଦି ତ୍ରୁଟି ଥିବ, ତେବେ ଫୋନ କଲ ଯିବ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ, ଅଙ୍ଗନବାଡି କର୍ମୀ ମାନେ ଘରକୁ ଯିବେ ।