ରାସନ କାର୍ଡକୁ ନେଇ ବଡ଼ ଖବର, ଏମାନଙ୍କୁ ମିଳିବନି ଚାଉଳ-ଗହମ…

ଭୁବନେଶ୍ୱର,୩୦।୯: ରାସନ କାର୍ଡକୁ ନେଇ ବଡ଼ ଖବର। ଏହି ଜିନିଷ ନ କରିଥିଲେ ଆପଣଙ୍କ ଲିଷ୍ଟରୁ ନାଁ କଟିଯିବ। ଏପରିକି ଅପାଣଙ୍କୁ ଆଉ ଚାଉଳ-ଗହମ ମଧ୍ୟ ମିଳିବ ନାହିଁ। କେନ୍ଦ୍ର ସରକାର ଏଥର ରାସନ କାର୍ଡରେ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ ଏହି ରାସନ କାର୍ଡର KYC କରିବା ପାଇଁ ସମୟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି ।

ଯଦି ଆପଣ ମାଗଣା ଚାଉଳ-ଗହମ ପାଇବାକୁ ଚାହୁଁଛନ୍ତି ଓ ଆପଣଙ୍କର ରାସନ ଯୋଗାଣରେ କୌଣସି ଅସୁବିଧା ଦେଖିବାକୁ ଚାହୁଁ ନାହାନ୍ତି ତେବେ ରାସନ କାର୍ଡ ଇ-କେୱାଇସି ସଂପୂର୍ଣ୍ଣ କରିବା ଆବଶ୍ୟକ । ଆଧାର କାର୍ଡ ଏବଂ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରି ଆପଣ ଅନଲାଇନରେ ଆପଣଙ୍କର ରାସନ କାର୍ଡ KYC ସଂପୂର୍ଣ୍ଣ କରିପାରିବେ ।

ଅନଲାଇନରେ KYC କରୁଥିଲେ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ ଦରକାର । ସେଗୁଡ଼ିକ ହେଉଛି ଆଧାର କାର୍ଡ, ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଏବଂ ଆଧାର କାର୍ଡ ସହିତ ସଂଯୁକ୍ତ ନିଜସ୍ବ ମୋବାଇଲ ନମ୍ବର ଆବଶ୍ୟକ ।

Share