Posted inରାଜ୍ୟ

Archana Nag: ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ବଡ଼ ଖବର, ସାରା ରାଜ୍ୟରେ ଚହଳ

ଭୁବନେଶ୍ୱର,୨୦।୪: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ ଲାଗୁଥାଇପାରେ। ହେଲେ ଏହା ସତ।Archana Nagଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ। ଏନେଇ ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା(ନଂ. ୫୮/୨୫) ରୁଜୁ ହୋଇଛି।

ସୂଚନାଯୋଗ୍ୟ, Archana Nagଙ୍କ ହନିଟ୍ରାପ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଏଥିରେ ବହୁ ବଡ଼ ବଡ଼ ନେତା ଓ ବ୍ୟକ୍ତି ସଂପୃକ୍ତ ଥିବା ଖବର ଆସିଥିଲା। ଯାହାପରେ ତାଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା। ସେ ଗିରଫ ହେବାର କିଛିଦିନ ପରେ ତାଙ୍କ ସ୍ବାମୀ ଗିରଫ ହୋଇଥିଲେ। ପ୍ରାୟ ଦେଢବର୍ଷ ପରେ ଦୁହେଁ ଜେଲରୁ ବାହାରିଥିଲେ। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Archana Nag ମାମଲା ଓଡ଼ିଶାରେ ଏକ ଚାଞ୍ଚଲ୍ୟକର ଘଟଣା ଭାବେ ଚହଳ ସୃଷ୍ଟି କରିଥିଲା। ଅର୍ଚ୍ଚନା ହନିଟ୍ରାପ, ବ୍ଲାକମେଲିଂ ଏବଂ ଅର୍ଥ ଆଦାୟ କରି ବହୁ ବଡ଼ ବଡ଼ ନେତାଙ୍କୁ ଫସାଇଥିଲେ। ଅର୍ଚ୍ଚନା, କାଳହାଣ୍ଡି ଜିଲାରେ ଏକ ଗରିବ ପରିବାରରୁ ଆସି ୨୦୧୫ ମସିହାରେ ଭୁବନେଶ୍ୱରକୁ ଆସିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ଏକ ବିଲାସପୂର୍ଣ୍ଣ ଜୀବନଶୈଳୀ ଆରମ୍ଭ କରିଥିଲେ, ଯାହା ମଧ୍ୟରେ ରହିଛି ଏକ ଆଲିଶାନ ଘର, ବିଳାସପୂର୍ଣ୍ଣ ଗାଡ଼ି, ଚାରୋଟି ମହଙ୍ଗା ବ୍ରିଡର କୁକୁର ଏବଂ ଏକ ଧଳା ଘୋଡ଼ା। ପୋଲିସ ଅନୁସାରେ, ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ, ଯାହାର ମୁଖ୍ୟ ଉତ୍ସ ଥିଲା ହନିଟ୍ରାପ ଓ ବ୍ଲାକମେଲିଂ।

୨୦୨୨ ଅକ୍ଟୋବରରେ ପ୍ରକାଶକୁ ଆସିଥିଲା ଯେତେବେଳେ ଶ୍ରଦ୍ଧାଞ୍ଜଳି ବେହେରା ନାମକ ଜଣେ ମହିଳା ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାପରେ ପରିଜା, ନୟାପାଲ୍ଲୀ ଥାନାରେ Archana Nag ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିଥିଲେ, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ଅର୍ଚ୍ଚନା ତାଙ୍କୁ ଅଶ୍ଳୀଳ ଫଟୋ ଜରିଆରେ ବ୍ଲାକମେଲ କରି ୩ କୋଟି ଟଙ୍କା ଦାବି କରୁଛନ୍ତି।

ଏହା ପରେ ଅର୍ଚ୍ଚନାଙ୍କୁ ୨୦୨୨ ଅକ୍ଟୋବର ୬ରେ ଭୁବନେଶ୍ୱର କମିଶନରେଟ ପୋଲିସ ଗିରଫ କରିଥିଲା। ତାଙ୍କ ଘରୁ ମୋବାଇଲ, ଲାପଟପ, ପେନ ଡ୍ରାଇଭ ଓ କମ୍ପ୍ୟୁଟର ଜବତ କରାଯାଇଥିଲା, ଯେଉଁଥିରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଆଲୋଚନା ହୋଇଥିଲା। ପରେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Archana Nag ଓ ତାଙ୍କ ସହଯୋଗୀମାନେ ରାଜନେତା, ବ୍ୟବସାୟୀ ଓ ଅଧିକାରୀଙ୍କୁ ହନିଟ୍ରାପ ମାଧ୍ୟମରେ ଫସାଇ ଅଶ୍ଳୀଳ ଭିଡିଓ ଓ ଫଟୋ ରେକର୍ଡ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା। ସେମାନେ ଏହି ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଦାବି କରାଯାଇଛି। ଏହା ସହିତ, ଅର୍ଚ୍ଚନାଙ୍କ ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ (ବିଜେଡି) ନେତା ଓ ଅଧିକାରୀଙ୍କ ସହ ଫଟୋ ଭାଇରାଲ ହୋଇଥିଲା, ଯାହା ରାଜନୈତିକ ବିବାଦରେ ମୁଣ୍ଡ ଟେକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri