ଛତ୍ରପୁର ୨୨।୨(ସନ୍ତୋଷ ପାଢ଼ୀ ): ଗଂଜାମ ଜିଲା ଛତ୍ରପୂର ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣା ଓ ରାଶନ କାର୍ଡ ପାଇଁ ଇ-କେୱାସିନ୍ତ୍ର ଅଗ୍ରଗତି, ଶୀତଳ ଭଣ୍ଡାର ର୍ନିମାଣ ଆଦି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତ। ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାସି କରାଇନିଅନ୍ତୁ ଏବଂ ଯେଉଁମାନେ ଉକ୍ତ ସମୟ ସୀମା ମଧ୍ୟରେ କରିବେନାହିଁ ସେମାନଙ୍କ ରାଶନ କାର୍ଡ କଟିଯିବ। ଜିଲାରେ ବ୍ରହ୍ମପୁର, ଛତ୍ରପୁର ଓ ଭଂଜନଗର ସବଡିଭିଜନରେ ଗୋଟିଏ ଲେଖାଏଁ ସମୁଦାୟ ୩ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏନେଇ ଟଙ୍କା ଆସିଯାଇଛି ଏବଂ ଖୁବଶୀଘ୍ର ଟେଣ୍ଡର ହେବ ।
ଜିଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି ଏବଂ ୭ ଦିନ ମଧ୍ୟରେ ଏହି ଧାନ କିଣା ସରିଯିବ । ଧାନ କିଣା ପ୍ରକ୍ରିୟା ରେ ଜିଲାର ଅଫିସରମାନେ ଭଲ କାମ କରିଛନ୍ତି ଏବଂ ଏନେଇ ମନ୍ତୀ ଧନ୍ୟବାଦ ଦେଇଥିଲେ । ଧାନ କିଣାରେ ତ୍ରୁଟି ନେଇ ୪୦ ରୁ ଉର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଥିବା ସେ ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତ ପରିଡା, ଜିଲାପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୂର ଉପଜିଲାପାଳ ଶିବାଶିଷ ବରାଳ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ