Categories: ଜାତୀୟ

ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…

ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇ ସୂତ୍ରରୁ ଜଣାପଡିଛି ଯେ, ଉଭୟ ଖେଳାଳିଙ୍କୁ ଖୁବ୍‌ଶୀଘ୍ର ଆଶ୍ୱସ୍ତି ମିଳିବ।

ନିକଟରେ ବଜରଙ୍ଗ ପୁନିଆ ଏବଂ ଭିନେଶ କଂଗ୍ରେସରେ ଯୋଗ ଦେଇଛନ୍ତି। ହରିୟାଣାର ଜୁଲାନା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଭିନେଶ ଟିକେଟ୍‌ ପାଇଛନ୍ତି। ଏଥି ସହିତ ବଜରଙ୍ଗ ପୁନିଆଙ୍କୁ ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ ବି କରାଯାଇଛି।

ରେଳବାଇର ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ‘ଯଦିଓ ରେଳ କର୍ମଚାରୀ ଇସ୍ତଫା ଦେବାର ତିନିମାସ ପରେ ଏକ ବିଜ୍ଞପ୍ତି ପ୍ରଦାନ କରିବାର ବ୍ୟବସ୍ଥା ଅଛି, ଏହି ନିୟମ ଏହି ଦୁଇ ଖେଳାଳିଙ୍କୁ ମୁକ୍ତ କରିବା ଦିଗରେ ଆସିବ ନାହିଁ କାରଣ ଏହି କ୍ଷେତ୍ରରେ ଆମେ ଆଶ୍ୱସ୍ତି ଦେବାକୁ ନିଷ୍ପତ୍ତି ନେଇଛୁ। ଆଦର୍ଶ ରେଳ ସୂତ୍ରରୁ ପ୍ରକାଶ ଯେ, ଉଭୟ ଖେଳାଳି ବୋଧହୁଏ ଆଜି କିମ୍ବା ଯଥାଶୀଘ୍ର ଆଶ୍ୱସ୍ତି ପାଇବେ।

Share