ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ବଢ଼ିଲା e-KYC ଅପଡେଟ୍‌, ଜାଣନ୍ତୁ କେତେ ତାରିଖ ଯାଏ ଚାଲିବ

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର e-KYCକୁ ନେଇ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି e-KYC ଅପ୍‌ଡେଟ୍‌ ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ଏବେ ଫେବୃଆରୀ ୧୫କୁ ବୃଦ୍ଧି
କରାଯାଇଛି। କିଛି ଲୋକ e-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ e-KYC ଓ ରାଜ୍ୟ ବାହାରୁ ୧ଲକ୍ଷ ୩୦ ହଜାର ୨୬ ଜଣ  ବାହାରେ e-KYC କରିଛନ୍ତି।

ସୂଚନାଯୋଗ୍ୟ, ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ୍‌ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ E-KYC ମାଧ୍ୟମରେ ଡିଲର ଅପ୍‌ଡେଟ୍‌ କରୁଛନ୍ତି।

ଅନ୍ୟପକ୍ଷରେ ଏହି E-KYC ଅପଡେଟ୍‌କୁ ନେଇ ଚିନ୍ତାରେ ପଡ଼ିଛନ୍ତି ହିତାଧିକାରୀ। ଘରର ଅନେକ ସଦସ୍ୟ ବାହାର ରାଜ୍ୟ, ଏପରିକି ଦେଶ ବାହାରେ କାମ କରୁଛନ୍ତି। ସରକାର ନିର୍ଦ୍ଧାରିତ କରିଥିବା ମାସକ ମଧ୍ୟରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଥିଲେ। ଏହି ଅବଧିକୁ ବଢ଼ାଇବା ପାଇଁ ହିତାଧିକାରୀଙ୍କ ପକ୍ଷରୁ ଜୋର୍‌ଦାର ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ରକ୍ତାକ୍ତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

ସମ୍ବଲପୁର,୨୦।୨: ସମ୍ବଲପୁରରୁ ଆସୁଛି ବଡ଼ ଖବର। Burla Medical College ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଭିଆଇପି ରାସ୍ତାର ମେଟାକାନି...

ବିଜୁଳି, ଘଡ଼ଘଡ଼ି କୁଆପଥର ବର୍ଷା, ୬ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୨ (ଅନୁରାଧା ମହାରଣା): ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। କିଛି ସ୍ଥାନରେ ୪୦ରୁ ୫୦କି.ମି. ବେଗରେ ପବନ...

ବର୍ଷକୁ ୨ଥର ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର,୨୦ା୨ (ସୁଚିସ୍ମିତା ସାହୁ):ଛାତ୍ରୀଛାତ୍ରଙ୍କ ମନରେ ପରୀକ୍ଷା ଚାପ କମାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବଡ଼ ପଦକ୍ଷେପ ନେବାକୁ ଯାଉଛି। ବର୍ଷକୁ ଦୁଇଟି ପର୍ଯ୍ୟାୟରେ...

KIIT student death row: ତଦନ୍ତ ଆରମ୍ଭକଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର,୨୦।୨(ସତ୍ୟଜିତ୍‌ ରାଉତ): KIIT University ରେ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମସଲ୍‌ଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ନିର୍ଯାତନା ଘଟଣାରେ...

୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮କୋଟିର ଦୁର୍ନୀତି ହୋଇଛି: ମନ୍ତ୍ରୀ ନାଏକ

ଭୁବନେଶ୍ୱର,୨୦ା୨(ବନ୍ଦନା ସେଠୀ): ପଞ୍ଚାୟତିରାଜ ବିଭାଗରେ ଗତ ୫ବର୍ଷରେ ୨୮କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ମଙ୍ଗଳବାର ବିଧାନସଭାରେ ତଥ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।...

ପାରିବାରିକ କଳହର କରୁଣ ପରିଣତି: ମା’ଙ୍କୁ ଠେଙ୍ଗାରେ ପିଟି ମାରିଦେଲେ ପୁଅ

ନୀଳଗିରି, ୧୯।୨(ପ୍ରଶାନ୍ତ ବିଶ୍ୱାଳ): ସାମାନ୍ୟ କଳହରୁ ହିତାହିତ ଜ୍ଞାନ ଭୂଲିଗଲେ ପୁଅ। ନିଜ ଜନ୍ମକଲା ମା’ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବାକୁ ପଛାଇଲେ ନାହିଁ।...

ସମ୍ଭାବ୍ୟ ରୌଦ୍ରତାପଜନିତ ଅଂଶୁଘାତ ଆଶଙ୍କା: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଶ୍ରମିକଙ୍କ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର,୧୯ା୨(ସୁଚିସ୍ମିତା ସାହୁ): ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଅପ୍ରେଲ ମାସରେ ରୌଦ୍ରତାପ...

ବରଯାତ୍ରୀ ଶୋଭାଯାତ୍ରାରେ ଭୁଜାଲି ମାଡ଼, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୧୯ା୨(ଦ୍ୱିତୀକୃଷ୍ଣ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରାରେ ଭୁଜାଲିମାଡ଼ରେ ଜଣେ ଗୁରୁତର ଘଟଣାରେ ପୋଲିସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image