Posted inଜାତୀୟ

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ ନେତା ଦିପେନ୍ଦର ସିଂହ ହୁଡ୍ଡାଙ୍କ ଏକ ରାଲିରେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ନେଇ ରାଜ୍ୟ କଂଗ୍ରେସର ପୂର୍ବ ଅଧ୍ୟକ୍ଷ କୁମାରୀ ସେଲଜା ଓ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଷ୍ଟେଜ ଉପରେ ଗହଳି ଥିବାରୁ ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଛନ୍ତି। ଅବଶ୍ୟ ମହିଳା କର୍ମୀଙ୍କ ପାଖରେ ଛିଡା ହୋଇଥିବା ଆଉ ଜଣେ ନେତା ଅଭିଯୁକ୍ତଙ୍କ ହାତକୁ ଠେଲି ଦେଇଥିଲେ। ହରିୟାଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଏପରି ଘଟଣା ସର୍ବସମ୍ମୁଖରେ ଘଟିଛି। ଭାଜପା ଘଟଣା ବେଳର ଭିଡିଓକୁ ଜାରି କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳା କଂଗ୍ରେସ କର୍ମୀ ଜଣଙ୍କ ଜଣେ ଚାଷୀ ନେତା। ତାଙ୍କୁ ଅସଦାଚରଣ କରାଯାଇଥିଲେ ହେଁ ସେ ହଠାତ ଏ ସମ୍ପର୍କରେ ଭିଡ ଯୋଗୁ ଜାଣି ପାରିନଥିଲେ। ଘଟଣା ବେଳେ ଷ୍ଟେଜ ଉପରେ ଲୋକ ସଭା ଏମପି ଦୀପେନ୍ଦର ହୁଡା ଓ ଆଉ କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ।

କଂଗ୍ରେସର ହରିୟାଣା ମୁଖ୍ୟ କୁମାରୀ ସେଲଜା ମଧ୍ୟ ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ସ୍ପଷ୍ଟ ଦିବାଲୋକରେ ତା’ ପୁଣି କଂଗ୍ରେସ ମଞ୍ଚରେ ଦୀପେନ୍ଦର ହୁଡାଙ୍କ ଉପସ୍ଥିତିରେ ଜଣେ ନେତ୍ରୀଙ୍କୁ ଖୋଲାଖୋଲି ଭାବେ ଅସଦାଚରଣ କରାଯାଉଛି। ଯଦି କଂଗ୍ରେସରେ ମହିଳାମାନେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ମହିଳାମାନେ କେମିତି ନିଜକୁ ସୁରକ୍ଷିତ ମଣିବେ? କଂଗ୍ରେସ ହେଉଛି ମହିଳା ବିରୋଧୀ ପାର୍ଟି। ଦଳର ଟିକେଟ ଟଙ୍କା ଓ ପ୍ରଭାବ ଆଧାରରେ ବଣ୍ଟା ଯାଇଛି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ହୁଡାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ପଲଟିଲା ବାଜି, ଏଥର ଚମକାଇଦେଲା ଏକଜିଟ ପୋଲ୍‌

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ହରିୟାଣା ଏକଜିଟ୍‌ ପୋଲ୍‌: ଭାଜପାକୁ ଜବରଦସ୍ତ ଝଟ୍‌କା, ସରକାର ଗଢିବାକୁ ଯାଉଛି…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର...

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

କାହାର ପଲ୍ଲା ଭାରି? ହରିୟାଣା ନିର୍ବାଚନରେ ଏକଜିଟ ପୋଲ୍‌କୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୫।୧୦: ଭୋଟ ଏବଂ ଭୋଟ ଗଣନା ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ନିର୍ବାଚନୀ ଭାଷାରେ ଏକଜିଟ ପୋଲ କୁହାଯାଏ। ହରିୟାଣା ଏବଂ ଜମ୍ମୁ କଶ୍ମୀର ନିର୍ବାଚନ...

ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ

କୋଲକାତା,୫।୧୦: ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

୨୦ଦିନରେ ୨ଲକ୍ଷ ମହିଳା ଗ୍ରହଣ କରିଛନ୍ତି କଂଗ୍ରେସର ସଦସ୍ୟତା

ନୂଆଦିଲ୍ଲୀ,୫।୧୦: ଅଲ ଇଣ୍ଡିଆ ମହିଳା କଂଗ୍ରେସ (ଏଆଇଏମସି) ସଭାପତି ଅଲକା ଲାମ୍ବା ଶନିବାର ଘୋଷଣା କରିଛନ୍ତି ଯେ ଦଳର ଦେଶବ୍ୟାପୀ ଅନଲାଇନ ସଦସ୍ୟତା ଡ୍ରାଇଭ ମାଧ୍ୟମରେ...

ଭାରତ-ପାକିସ୍ତାନ ଆଲୋଚନା ବନ୍ଦ: ସଫାସଫା କହିଦେଲେ ଜୟଶଙ୍କର

ଇସଲାମାବାଦ,୫।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୧୫-୧୬ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟରେ ସେ ଇସଲାମାବାଦରେ ହେବାକୁ ଥିବା ଏସସିଓ ହେଡସ ଅଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri