ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସମସ୍ତ ଦାବି ନେଇ ଅବଗତ ରହିଛି। ଏହାକୁ ପୂରଣ କରିବା ପାଇଁ ସଂଘ ପକ୍ଷରୁ ସରକାର ଏକ ଆନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି। ଖୁବ୍‌ଶୀଘ୍ର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ଓହରିବାକୁ ରାଜି ହୋଇଛି ସଂଘ। ତେଣୁ ରବିବାର ଠାରୁ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥା ପୁଣିଥରେ ସଜାଡ଼ି ହେବ ବୋଲି ଆଶା ପ୍ରକାଶ ପାଇଛି। ଲୋକସେବା ଭବନଠାରେ ଆୟୋଜିତ ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭାଗ ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏନେଇ ସଂଘର ସମ୍ପାଦକ ଅଶ୍ୱିନୀ ଦାଶ କହିଛନ୍ତି, ଆଲୋଚନା ଫଳପ୍ରଦ ହୋଇଛି। ଆମର ମୁଖ୍ୟ ଦାବି ଥିଲା ସରକାରଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଯାହାକି ପୂରଣ ହେଲା। ସରକାର ଆମର ସବୁ ଦାବି ନେଇ ଅବଗତ ଥିବା କହିବା ସହ ତାହାକୁ ପୂରଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସଂଘର ଏହି ଆନ୍ଦୋଳନ ଜଣେ ବା ଦୁଇଜଣ ଲିଡରଙ୍କ ନିଷ୍ପତ୍ତି ନୁହେଁ। ସଂଘର ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆନ୍ଦୋଳନ ହୋଇଥିଲା। ତେଣୁ ସଂଘ ଭର୍ଚୁଆଲ ମାଧ୍ୟମରେ ସମସ୍ତ ଜିଲାର ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନେବ। ତେବେ ରାଜ୍ୟବାସୀଙ୍କ ପାଇଁ ସ୍ବାର୍ଥକୁ ଦୃଷ୍ଟିରେ ରଖିବା ସହ ଯେପରି ରୋଗୀସେବାରେ ବ୍ୟାଘାତ ସୃଷ୍ଟି ନ ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସମ୍ପାଦକ କହିଛନ୍ତି।

୧୦ଦଫା ଦାବି ନେଇ ସମଗ୍ର ରାଜ୍ୟରେ ଗତ ବୁଧବାର (୨୫ ତାରିଖ) ଠାରୁ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲା। ପ୍ରଥମ ଦୁଇଦିନ ଜରୁରୀକାଳୀନ ସେବା ଜାରି ରହିଥିବାବେଳେ, ଶୁକ୍ରବାର ଠାରୁ ଏହି ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ପ୍ରଥମେ ଆନ୍ଦୋଳନରେ ମାତ୍ର ୧୦ ପ୍ରତିଶତ ନର୍ସିଂ କର୍ମଚାରୀ ସାମିଲ ହୋଇଥିବାବେଳେ, ଶୁକ୍ରବାର ଠାରୁ ସଂଘ ନେତୃତ୍ୱରେ ରହିଥିବା ପ୍ରାୟ ୧୬ହଜାର କର୍ମଚାରୀ ଏଥିରେ ଯୋଗଦେଇ ଥିଲେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିଲା। ଫଳରେ ଦୁଇଦିନ ଧରି ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲଗୁଡିକରେ ସ୍ବାସ୍ଥ୍ୟବ୍ୟବସ୍ଥା ଏକପ୍ରକାର ଦୋହଲି ଯାଇଥିଲା। ରୋଗୀଙ୍କୁ ସାଲାଇନ୍‌ ଲଗାଇବା ଠାରୁ ଆରମ୍ଭ କରି ଇଞ୍ଜେକ୍‌ସନ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ହାତଗଣତି ଆଉଟ୍‌ସୋର୍ସିଂ ନର୍ସ ଏବଂ ନର୍ସିଂ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ରୋଗୀଙ୍କୁ ଗୋଟେ ଓ୍ବାର୍ଡରୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରିବା ବେଳେ ରୋଗୀଙ୍କ ସମ୍ପର୍କୀୟ ସାଲାଇନ୍‌ ଧରି ଆଗେଆଗେ ଯିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଜରୁରୀକାଳୀନ ଚିକିତ୍ସା ସେବା ୁ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ରେଫର୍‌ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

ବିଜେଡି ଖତମ୍ ହେଇସାରିଛି କାହିଁକି ଏମିତି କହିଲେ ତୋମାର

ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri