ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର: ୨୨ ସୁଦ୍ଧା ପ୍ରସ୍ତୁତି ଶେଷକର

ଭୁବନେଶ୍ୱର,୧୯ା୪(ରବିନାରାୟଣ ଜେନା):ରାଜ୍ୟରେ ଦୀର୍ଘଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ରାଶନକାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଚଳିତମାସ ୨୨ ସୁଦ୍ଧା ଶେଷ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲାପାଳଙ୍କୁ ପ୍ରମୁଖ ସଚିବ ସଞ୍ଜୟ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ନିୟମ-୨୦୨୦ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାଶନ କାର୍ଡ ଯୋଗାଇ ଦିଆଯିବ। ଏଥିପୂର୍ବରୁ ଥିବା ରାଶନକାର୍ଡ ତାଲିକାରେ ନୂତନ ସଦସ୍ୟଙ୍କୁ ଯୋଡ଼ିବା ପାଇଁ ସରକାର ଏକ ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ ଦେଇଛନ୍ତି । ତେଣୁ ଏପ୍ରିଲ ୨୨ ପୂର୍ବରୁ ନୂଆ ରାଶନ କାର୍ଡ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ସଞ୍ଜୟ ଉକ୍ତ ପତ୍ରରେ ଦର୍ଶାଇଛନ୍ତି।
ପତ୍ରରେ ସେ ଆହୁରି ଉଲ୍ଲେଖ କରିଛନ୍ତି, ଏପ୍ରିଲ ୨୨ ପୂର୍ବରୁ ସଂପୃକ୍ତ ବିଡିଓ ଏବଂ ପୌରାଞ୍ଚଳ ଅଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯିବ। ରାଶନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଞ୍ଚ ପରେ ଡ୍ରାଫ୍ଟ ପ୍ରାଥମିକତା ତାଲିକା (ଡିପିଏଲ)ରେ ରଖାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୂଡ଼ାନ୍ତ ପ୍ରାଥମିକତା ତାଲିକାକୁ ସ୍ଥାନାନ୍ତର କରିବା ଏବଂ ରାଶନ କାର୍ଡ ପିଡିଏଫ୍‌ ସୃଷ୍ଟି କରିବା ପାଇଁ ଆରସିଏମ୍‌ଏସ୍‌ରେ ବ୍ଲକ/ୟୁଏଲ୍‌ବି ସ୍ତରର ବିଡିଓଙ୍କୁ ସ୍ବୀକୃତି ଦିଆଯାଇଛି । ସେମାନେ ଉକ୍ତ ତାଲିକା ଅନୁଯାୟୀ ହିତାଧିକାରୀଙ୍କ ଇ-କଓ୍ବୋଇସି ଯାଞ୍ଚ କରିବେ। ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବିଡିଓ ଓ ମହାନଗର ନିଗମ ଆୟୁକ୍ତ ତଥା ପୌରାଞ୍ଚଳ ଅଧିକାରୀ ରଙ୍ଗିନ ରାଶନ କାର୍ଡ ପିଡିଏଫ୍‌ ଫର୍ମାଟରେ ପ୍ରସ୍ତୁତ କରିବେ। ସେଥିରେ ରାଶନକାର୍ଡର ଉଭୟ ପକ୍ଷରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିବ। ତେବେ ନୂତନ ରାଶନକାର୍ଡ ପିଛା ୧୦ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇ ପାରିବ। ଏହାବାଦ୍‌ ରାଶନକାର୍ଡର ଲମ୍ବ, ଓସାର ଏବଂ ମୋଟେଇ କେତେ ରହିବ ତାହା ନେଇ ନିର୍ଦ୍ଦିଷ୍ଟ ସ୍ପେସିଫିକେଶନ ପ୍ରଦାନ କରାଯାଇଛି। ନୂତନ ରାଶନ କାର୍ଡ ବଣ୍ଟନ ପୂର୍ବରୁ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ପୌର କମିଶନର/କାର୍ଯ୍ୟକାରୀ ଅଧିକାରୀମାନେ ୨୦ ଏପ୍ରିଲ ସୁଦ୍ଧା ରାଶନ କାର୍ଡ ତାଲିକାକୁ ଲାମିନେଟ୍‌ କରିବେ। ରାଶନ କାର୍ଡର ଲାମିନେଟେଡ୍‌ କପିଗୁଡ଼ିକ ବ୍ଲକ କିମ୍ବା ପୌରାଞ୍ଚଳ କାର୍ଯ୍ୟାଳୟରେ ରଖାଯିବ। ଏହାପରେ ଜିଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନୂତନ ରାଶନ କାର୍ଡ ବଣ୍ଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri