କଂଗ୍ରେସର ବଡ଼ ପ୍ଲାନ, ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୫: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ବର୍ତ୍ତମାନ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି। ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେବେ । ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ପ୍ରସ୍ତୁତି କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି ।

Share