Posted inଜାତୀୟ

ଝାଡଖଣ୍ଡରେ ବଡ଼ ରାଜନୈତିକ ହଲଚଲ: ଭାଜପାରେ ଯୋଗଦେଇପାରନ୍ତି ଚମ୍ପାଇ ସୋରେନ

ରାଞ୍ଚି,୧୭।୮: ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ବଡ଼ ରାଜନୈତିକ ହଲଚଲ ହେବାର ସମ୍ଭାବନା ରହିଛି। ଶାସକ ଜେଏମଏମ ଏକ ବଡ଼ ଝଟକା ଲାଗିପାରେ। ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ କିଛି ଦଳର ବିଧାୟକ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି। ନିକଟରେ ଜେଏମଏମରୁ ବହିଷ୍କୃତ ବିଧାୟକ ଲୋବିନ ହେମ୍ବ୍ରମ ମଧ୍ୟ ଦଳ ସହ ଯୋଗାଯୋଗରେ ଅଛନ୍ତି। ନଭେମ୍ବର-ଡିସେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଭାଜପା ସୂତ୍ରରୁ ପ୍ରକାଶ ଯେ ଚମ୍ପାଇ ସୋରେନ ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ରାଗିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହ ତାଙ୍କର ଦୁଇ ରାଉଣ୍ଡ ଆଲୋଚନା ହୋଇଛି। ଚମ୍ପାଇ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଏହି ବୈଠକ ପରେ ଚମ୍ପାଇ କିଛି ଜେଏମଏମ ବିଧାୟକଙ୍କ ସହ ଭାଜପାରେ ଯୋଗ ଦେଇପାରନ୍ତି।
ସୂଚନାଯୋଗ୍ୟ ଯେ, ଏକ ଦୁର୍ନୀତି ମାମଲାରେ ଜେଲ ଯିବା ପୂର୍ବରୁ ହେମନ୍ତ ସିଏମ ପଦରୁ ଇସ୍ତଫା ଦେବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। କୋର୍ଟରୁ ଜାମିନ ପାଇବା ପରେ ଚମ୍ପାଇ ହେମନ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ବଦଳରେ ଚମ୍ପାଇ ହେମନ୍ତଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ୫ କୋଟି ଟଙ୍କାର ଧମକ ଦେଇ ପରିବା ବାଲା ଗିରଫ

ମୁମ୍ବାଇ,୨୪।୧୦: ମୁମ୍ବାଇ ପୋଲିସ ଜାମସେଦପୁରରୁ ଜଣେ ପରିବା ବିକାଳିଙ୍କୁ ଗିରଫ କରିଛି ଯିଏ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସ୍ବଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୨୪।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଋଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ରୁଷିଆର କାଜାନ ସହରରେ ଅନୁଷ୍ଠିତ...

ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା: ହାଇକୋର୍ଟ

ଚଣ୍ଡିଗଡ଼,୨୪ା୧୦(ପି.ଟି.): ସ୍ବାମୀଙ୍କୁ ହିଞ୍ଜଡ଼ା କହିବା ମାନସିକ ନିଷ୍ଠୁରତା ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି। ଜଣେ ସ୍ବାମୀଙ୍କ ସପକ୍ଷରେ ପରିବାର ଅଦାଲତ ଜୁଲାଇରେ ଛାଡ଼ପତ୍ର...

ମହାବିକାଶ ଆଘାଡିରେ ଛିଡିଲା ଭାଗବଣ୍ଟା; ଏତିକି ଏତିକି ଆସନରେ ଲଢ଼ିବେ ସମସ୍ତ ଦଳ

ମୁମ୍ବାଇ,୨୩।୧୦:  ମହାରାଷ୍ଟ୍ର ନିର୍ବାଚନ ପାଇଁ ଆଉ କିଛି ସମୟ ବାକି ଅଛି ଏବଂ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ଆରମ୍ଭ ହୋଇଛି। ସେପଟେ ରାଜ୍ୟରେ ବିରୋଧୀ...

୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପ୍ରଥମ ଆଲୋଚନା

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରିୟଙ୍କାଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୩।୧୦: ବୁଧବାର ୨୩ ଅକ୍ଟୋବର ୨୦୨୪ରେ କେରଳର ୱାୟନାଡ ଲୋକ ସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...

ରାହୁଲଙ୍କ ବଡ଼ ଘୋଷଣା, ଓ୍ବାୟନାଡରେ ହେବେ ଦୁଇଜଣ ଏମପି…

ନୂଆଦିଲ୍ଲୀ,୨୩।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳର ୱାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ଶୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri