Posted inଖେଳ

ଭାରତ ମାଟିରେ ବଡ଼ ରେକର୍ଡ କଲେ ଓଲି

ହାଇଦ୍ରାବାଦ,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଉଛି। ପ୍ରଥମ ଇନିଂସରେ ପଛରେ ପଡ଼ିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪୩୬ ରନ୍‌ କରିଥିଲା। ୧୯୬ ରନ ସ୍କୋର କରିବା ପରେ ଓଲି ପୋପ ଆଉଟ୍‌ ହୋଇଛନ୍ତି। ଏହି ଖେଳାଳି ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୨୦ ଚୌକା ମାରିଛନ୍ତି। ଏଥିସହ ଓଲି ପୋପ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚରେ ଓଲି ପୋପ ସର୍ବଶ୍ରେଷ୍ଠ ସ୍କୋର କରିଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାଷ୍ଟାୟର କୁକଙ୍କ ନାମରେ ଥିଲା। କିନ୍ତୁ ବର୍ତ୍ତମାନ ଓଲି ପୋପ ତାଙ୍କର ପୂର୍ବତନ ଅଧିନାୟକଙ୍କୁ ପଛରେ ପକାଇଛନ୍ତି। ଆଲାଷ୍ଟାୟର କୁକ ୨୦୧୨ରେ ଅହମ୍ମଦାବାଦରେ ୧୭୬ ରନ ଇନିଂସ ଖେଳିଥିଲେ। ସେ ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚରେ ସର୍ବଶ୍ରେଷ୍ଠ ସ୍କୋର ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏଥି ସହିତ ଓଲି ପୋପଙ୍କ ଚମତ୍କାର ଶତକ ଯୋଗୁ ଇଂଲଣ୍ଡ ଦଳ ଏକ ଦୃଢ ସ୍ଥିତିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲୋଡା ରେକର୍ଡ କଲେ ରୋହିତ ଶର୍ମା: ପ୍ରଥମ ଭାରତୀୟ ଅଧିନାୟକ ଭାବେ ସିରିଜ୍‌ ମଝିରୁ ପଡ଼ିଲେ ବାଦ୍‌

ସିଡନୀ,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି...

ପନ୍ତଙ୍କ ମୁଣ୍ଡରେ ବାଜିଲା ବଲ୍‌, ତା’ପରେ ଯାହା ଘଟିଲା ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସିଡନୀ,୩।୧: ସିଡନୀ ଟେଷ୍ଟରେ ରିଷଭ ପନ୍ତଙ୍କ ମୁଣ୍ଡରେ ବଳ୍‌ ବାଜିଛି। ମିଚେଲ ଷ୍ଟାର୍କ ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନରେ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ବଲ...

ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିବାକୁ ନେଇ ଏମିତି କହିଦେଲେ ବୁମ୍‌ରା: ବଢୁଛି ଚର୍ଚ୍ଚା

ସିଡନୀ,୩।୧: ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ଆରମ୍ଭ ହୋଇଛି। ଭାରତୀୟ ଦଳରୁ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜସପ୍ରୀତ ବୁମ୍‌ରା ସିଡନୀ...

ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍‌-ଉପଅଧିନାୟକଙ୍କ ସହ…’

ନୂଆଦିଲ୍ଲୀ,୨।୧: ଭାରତୀୟ ଟିମ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ଅର୍ଥାତ ଜାନୁଆରୀ ୩ରେ ସିଡନୀ କ୍ରିକେଟ୍‌...

ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ…

ନୂଆଦିଲ୍ଲୀ,୨।୧: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଚର୍ଚ୍ଚାରେ ଅଛନ୍ତି। ଏହା ପଛରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ନୁହେଁ ବରଂ...

ଟିମ୍ ଇଣ୍ଡିଆରେ ହେଲା ବଡ଼ ପରିବର୍ତ୍ତନ: ବିରାଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି। ତାଙ୍କ ସ୍ଥାନରେ...

ଖେଳ ରତ୍ନ ପୁରସ୍କାର ଜିତିଥିବା ଖେଳାଳିଙ୍କୁ ମିଳିବ ଏତିକି ପୁରସ୍କାର ରାଶି, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨।୧: କ୍ରୀଡା ମନ୍ତ୍ରଣାଳୟ ୨୦୨୫ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ଏଥର କ୍ରୀଡା ଜଗତରେ ଇତିହାସ ସୃଷ୍ଟି କରିଥିବା ୪ ଖେଳାଳିଙ୍କୁ...

ଖେଳ ରତ୍ନ ପୁରସ୍କାର ଘୋଷଣା: ମନୁ ଭାକରଙ୍କ ସମେତ ଏହି ସବୁ ଖେଳାଳି ହେବେ ସମ୍ମାନିତ

ନୂଆଦିଲ୍ଲୀ,୨।୧: ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ମନୁ ଭାକର, ଡି ଗୁକେଶଙ୍କ ବ୍ୟତୀତ ପ୍ରବୀଣ କୁମାରଙ୍କୁ ମଧ୍ୟ ମେଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri