Categories: ଖେଳ

ଭାରତ ମାଟିରେ ବଡ଼ ରେକର୍ଡ କଲେ ଓଲି

ହାଇଦ୍ରାବାଦ,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦରେ ଖେଳାଯାଉଛି। ପ୍ରଥମ ଇନିଂସରେ ପଛରେ ପଡ଼ିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪୩୬ ରନ୍‌ କରିଥିଲା। ୧୯୬ ରନ ସ୍କୋର କରିବା ପରେ ଓଲି ପୋପ ଆଉଟ୍‌ ହୋଇଛନ୍ତି। ଏହି ଖେଳାଳି ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୨୦ ଚୌକା ମାରିଛନ୍ତି। ଏଥିସହ ଓଲି ପୋପ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚରେ ଓଲି ପୋପ ସର୍ବଶ୍ରେଷ୍ଠ ସ୍କୋର କରିଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାଷ୍ଟାୟର କୁକଙ୍କ ନାମରେ ଥିଲା। କିନ୍ତୁ ବର୍ତ୍ତମାନ ଓଲି ପୋପ ତାଙ୍କର ପୂର୍ବତନ ଅଧିନାୟକଙ୍କୁ ପଛରେ ପକାଇଛନ୍ତି। ଆଲାଷ୍ଟାୟର କୁକ ୨୦୧୨ରେ ଅହମ୍ମଦାବାଦରେ ୧୭୬ ରନ ଇନିଂସ ଖେଳିଥିଲେ। ସେ ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚରେ ସର୍ବଶ୍ରେଷ୍ଠ ସ୍କୋର ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏଥି ସହିତ ଓଲି ପୋପଙ୍କ ଚମତ୍କାର ଶତକ ଯୋଗୁ ଇଂଲଣ୍ଡ ଦଳ ଏକ ଦୃଢ ସ୍ଥିତିରେ ପହଞ୍ଚିଛି।

Share