Advertisement

Big appointment announced for Puri temple: ପୁରୀ ଶ୍ରୀମନ୍ଦିର ପାଇଁ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ, ୧୦୮୩ ପଦବୀ ଖାଲି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ପୁରୀ,୪।୩: ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ । ଏଥିଲାଗି ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି ।

Big recruitment in jagannath temple: ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ଫଳରେ ରୋଜଗାର ମଧ୍ୟ ସୃଷ୍ଟି ହେବ। ଷ୍ଟେଟ ଆର୍ମଡ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି କମାଣ୍ଡାଣ୍ଟ, ୧୦ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ,୮ ଇନ୍ସପେକ୍ଟର, ୩୧ ସବ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ପଦବି ପୂରଣ ହେବ । ସେହିଭଳି ଷ୍ଟେଟ କ୍ୟାଡର ଅଫ ସିଭିଲ ପୋଲିସରୁ ଗୋଟିଏ ସବ ଇନ୍ସପେକ୍ଟର, ୨ଟି ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର, ଗୋଟିଏ ସବ ଇନ୍ସପେକ୍ଟର(ଆର୍ମୋରର) , ଗୋଟିଏ ହାବିଲଦାର (ଆର୍ମୋରର), ୨ଟି ଆସିଷ୍ଟାଣ୍ଟ ଆର୍ମୋରର, ୧ସବଇନ୍ସପେକ୍ଟର (କମ୍ୟୁନିକେସନ) , ୪ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର (କମ୍ୟୁନିକେସନ) ନିଯୁକ୍ତ ହେବେ । ଏହାବାଦ ରାଜ୍ୟ ପିଏମଟି କ୍ୟାଡରରୁ ଜଣେ ସବ ଇନ୍ସପେକ୍ଟର ଏମଟି, ୯ ଡ୍ରାଇଭର ହାବିଲଦାର, ୧୮ ଡ୍ରାଇଭର ପଦବି ପୂରଣ ହେବ ।

Big recruitment in jagannath temple: ଏହାବାଦ ହାବିଲଦାର ୨୪୦,ବାଟାଲିଆନ କ୍ୟାଡରରୁ ସିପାହୀ ୭୨୦ ଜଣ ନିଯୁକ୍ତ ହେବେ । ଡିପିଓ କ୍ୟାଡରରୁ ମୁଖ୍ୟ କିରାଣି , ବରିଷ୍ଠ କିରାଣି ଓ ବରିଷ୍ଠ ଷ୍ଟେନୋଗ୍ରାଫର ପଦବି ପୂରଣ ହେବ । ଏହି ନିଯୁକ୍ତି ପ୍ରକ୍ରିୟା କମିଟିରେ ଅଧ୍ୟକ୍ଷ ଅତିରିକ୍ତ ପୁଲିସ ଡିଜି,ସଦସ୍ୟ ଭାବେ ଆଇଜି, ଡିଆଇଜି କେନ୍ଦ୍ରାଞ୍ଚଳ ରେଞ୍ଜ, ପୁରୀ ଏସପି ଓ ଡିଜିପିଙ୍କ ଦ୍ୱାରା ମନୋନୀତ ଆଇଜି, ଡିଆଇଜି,ଏସପି କିମ୍ବା କମାଣ୍ଡାଣ୍ଟ ର଼୍ୟାଙ୍କର ଅଧିକାରୀ ରହିବେ ।

Share