ଅମିଷାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ନାୟିକାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି। ଅମିଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଦାଏର କରାଯିବା ପରେ ଝାଡ଼ଖଣ୍ଡର ଏକ କୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏ ସମ୍ପର୍କରେ ଜଷ୍ଟିସ୍‌ ବି.ଆର୍‌. ଗାଭାଇ ଏବଂ ପି.ଏସ୍‌. ନରସିଂହ୍ମା ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ୍‌ ପଠାଇଥିଲେ। ଭାରତୀୟ ଦଣ୍ଡ ସଂହିତା ଧାରା ୧୩୮ (ଚେକ୍‌ ବାଉନ୍ସ) ଅଧୀନରେ ମାମଲାର ଯାଞ୍ଚ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଧାରା ୪୦୬ ଏବଂ ୪୨୦ ଅଧିନରେ ଯାଞ୍ଚ କରାଯିବା ଉପରେ କୋର୍ଟ ବର୍ତ୍ତମାନ ପାଇଁ ରହିତାଦେଶ ଲଗାଇଛନ୍ତି। ‘ଦେଶୀ ମ୍ୟାଜିକ୍‌’ ନାମରେ ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଝାଡ଼ଖଣ୍ଡର ଅଜୟ କୁମାର ସିଂ ଅମିଷାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୫ କୋଟି ଟଙ୍କା ଜମା କରିଥିଲେ। ଟଙ୍କା ନେବା ପରେ ଅମିଷା ଫିଲ୍ମରେ କାମ କରି ନ ଥିଲେ କି ଟଙ୍କା ଫେରାଇ ନ ଥିଲେ।

Share