Posted inଜାତୀୟ

ଲୋକ ସଭା ନିର୍ବାଚନକୁ ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ସାମ୍ନାରେ ବଡ ଧର୍ମ ସଙ୍କଟ

ନୂଆଦିଲ୍ଲୀ,୪।୨: ସମାଜବାଦୀ ପାର୍ଟି ୧୬ଟି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରି ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଙ୍ଗମିତ୍ରା ମୌର୍ଯ୍ୟଙ୍କ ରାଜନୈତିକ ଡଙ୍ଗାକୁ ଭଅଁର ଭିତରେ ପକାଇ ଦେଇଛନ୍ତି। ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଝିଅର ରାଜନୈତିକ ଭବିଷ୍ୟତ ପାଇଁ କେଉଁ ପଥ ସ୍ଥିର କରିବେ ଏମିତି ପ୍ରଶ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାଙ୍କର ଏବଂ ତାଙ୍କ ଝିଅଙ୍କ ରାଜନୈତିକ ଭବିଷ୍ୟତର ପ୍ରଶ୍ନ ତାଙ୍କ ସମ୍ମୁଖରେ ଠିଆ ହୋଇଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ବଦାୟୁରୁ ଧର୍ମେନ୍ଦ୍ର ଯାଦବଙ୍କୁ ଟିକେଟ ଦେଇ ଏସପି ସ୍ବାମୀଙ୍କ ସାମ୍ନାରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି କି ସେ ତାଙ୍କ ପଢିକୁ ଆଗକୁ ନେବେ କିମ୍ବା ପାର୍ଟି ଧର୍ମ ଅନୁସରଣ କରିବେ। ୨୦୧୯ ଲୋକ ସଭା ନିର୍ବାଚନରେ ସଂଘମିତ୍ରା ମୌର୍ଯ୍ୟ ପ୍ରଥମ ଥର ପାଇଁ ଭାଜପା ଟିକେଟରେ ଏମପି ହୋଇଥିଲେ। ଏହି ନିର୍ବାଚନରେ ସ୍ବାମୀ ତାଙ୍କୁ ଜିତାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ୨୦୨୨ ନିର୍ବାଚନରେ ହଠାତ୍‌ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଭାଜପା ଛାଡି ଏସପିରେ ଯୋଗ ଦେଇ କୁସିନାଗରରୁ ଭାଜପା ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ସେତେବେଳେ ସଙ୍ଗମିତ୍ରା ତାଙ୍କ ଦଳ ଭାଜପାକୁ ସମର୍ଥନ କରିବା ପରିବର୍ତ୍ତେ ତାଙ୍କ ପିତାଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସ୍ଥାନୀୟ ସ୍ତରରେ ଏହାକୁ ବିରୋଧ କରିବା ସତ୍ତ୍ୱେ ସଙ୍ଗମିତ୍ରାଙ୍କୁ ଦଳରୁ ବହିଷ୍କାର କରାଯାଇ ନାହିଁ। ବର୍ତ୍ତମାନ ସେ ଭାଜପାରେ ବହୁତ ସକ୍ରିୟ ଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଯଦି ଭାଜପା ସେଠାରୁ ସଙ୍ଗମିତ୍ରାଙ୍କୁ ଟିକେଟ ଦିଏ, ତେବେ ସଙ୍ଗମିତ୍ରା ଏବଂ ଧର୍ମେନ୍ଦ୍ର ମୁହାଁମୁହିଁ ହେବେ। ସ୍ବାମୀ ପ୍ରସାଦ ମୌର୍ଯ୍ୟ କ’ଣ କରିବେ ତାହା ଦେଖିବା ମଜାଦାର ହେବ, ସେ ତାଙ୍କ ଝିଅକୁ ସମର୍ଥନ କରିବେ ନା ଦଳ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରମାଣ କରିବେ ଏବଂ ଧର୍ମେନ୍ଦ୍ର ଯାଦବଙ୍କ ସପକ୍ଷରେ ପ୍ରଚାର କରିବେ। ବାସ୍ତବରେ, ସନାତନ ଧର୍ମ ଉପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ମନ୍ତବ୍ୟ ଯୋଗୁଁ ଧର୍ମପ୍ରେମୀଙ୍କ ମଧ୍ୟରେ ଅନେକ ଅସନ୍ତୋଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ

ନୂଆଦିଲ୍ଲୀ,୨୨।୧୧: ବିଳିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଜାଲିଆତି ମାମଲାରେ ଆମେରିକାରେ ଗିରଫ ପରଓ୍ବାନା ଜାରି ହେବା ପରେ ଲୋକ ସଭାର ବିରୋଧୀ...

୨୦୨୧: ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିଲେ ଆଦାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୧୧(ରଏଟର୍ସ/ପି.ଟି.): ୨୦୨୧ରେ ଆଦାନୀ ଗ୍ରୁପ୍‌ ସ୍ଥାନୀୟସ୍ତରରେ ସୋଲାର ସେଲ୍‌ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍‌ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍‌ ଶକ୍ତି ଭାରତର...

କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ

ଥିରୁଭାନନ୍ତପୁରମ୍‌,୨୧ା୧୧:କାହାକୁ କଳାପତାକା ଦେଖାଇବା ବେଆଇନ କାର୍ଯ୍ୟ ନୁହେଁ ଏବଂ ଏହାକୁ ମାନହାନି କୁହାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ...

କାହିଁକି ଭାଜପା-କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କେଜରିଓ୍ବାଲଙ୍କ ପ୍ରଥମ ଲିଷ୍ଟ?

ନୂଆଦିଲ୍ଲୀ,୨୧।୧୧: ସବୁବେଳେ ନିର୍ବାଚନ ମୋଡରେ ଥିବା ଭାଜପା ଏବଂ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ସକ୍ରିୟ ହେବାକୁ ଥିବା କଂଗ୍ରେସ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳକୁ...

‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ

ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍‌ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି...

ବଦଳିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅଫିସ୍‌ ଆସିବା ସମୟ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ଭିନ୍ନ-ଭିନ୍ନ କାର୍ଯ୍ୟ ସମୟ ଘୋଷଣା କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା...

ମୋତେ ବିବାହ କରିବ….୯ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରପୋଜ୍‌ କଲେ ଶିକ୍ଷକ: ଆଉ ତା’ପରେ…

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ଆମରୋହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମଣ୍ଡି ଧନୌରା ଅଞ୍ଚଳର ଏକ ଇଣ୍ଟର କଲେଜରେ ଜଣେ ଶିକ୍ଷକ ନବମ ଶ୍ରେଣୀର ଛାତ୍ରୀଙ୍କୁ...

କେତେ ପେନସନ ପାଇବେ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼? ଅବସର ପରେ କ’ଣ ସବୁ ପାଇବେ ସୁବିଧା

ନୂଆଦିଲ୍ଲୀ,୨୧।୧୧: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ଼ ୧୦ ନଭେମ୍ବରରେ ଅବସର ନେଇଛନ୍ତି। ନିକଟରେ ସିଜେଆଇଙ୍କ ଅବସର ପରେ ତାଙ୍କ ଆଗାମୀ ଯୋଜନା ବିଷୟରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri