Categories: ଜାତୀୟ

ଭଜନଲାଲ୍‌ଙ୍କ ଶପଥ ଗ୍ରହଣ ପରେ ପରେ ରାଜସ୍ଥାନ ଶାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ…

ଜୟପୁର,୧୫।୧୨: ରାଜସ୍ଥାନରେ ସରକାର ପରିବର୍ତ୍ତନ ହୋଇଛି। ଶୁକ୍ରବାର ଭଜନଲାଲ୍‌ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ରାଜ୍ୟର ଶାସନ ବ୍ୟବସ୍ଥା ବଦଳିବା ଆରମ୍ଭ ହୋଇଛି। ଟି. ରବିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଆଇଏଏସ୍‌ ଆନନ୍ଦୀ ବ୍ୟକ୍ତିଗତ ସଚିବ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୟପୁରରେ ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ, ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବସୁନ୍ଧରା ରାଜେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Share