Categories: ଜାତୀୟ

କୋଲକାତା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: କମିଶନରଙ୍କ ବାଇକ୍‌, ଚଢୁଥିଲା ସଞ୍ଜୟ ରୟ

କୋଲକାତା,୨୭।୮: କୋଲକାତା ବଳାତ୍କାର ପରେ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଯାହାକୁ ନେଇ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଘଟଣା ଦିନ ରାତିରେ ଅଭିଯୁକ୍ତ ସଞ୍ଜୟ ରୟ ଚଲାଇଥିବା ବାଇକ କୋଲକାତା ପୋଲିସ କମିଶନର ନାମରେ ପଞ୍ଜିକୃତ ହୋଇଛି। ଦୁଇ ଦିନ ପୂର୍ବେ ସିବିଆଇ ରୟଙ୍କ ବାଇକ ଜବତ କରିଥିଲା ।

ସିବିଆଇ ଅନୁଯାୟୀ , ସଞ୍ଜୟ ରୟଙ୍କ ଏହି ବାଇକ ୨୦୨୪ ମେ ମାସରେ ପଞ୍ଜିକୃତ ହୋଇଥିଲା । ରୟ କମିଶନର ପୋଲିସ ବାଇକ୍‌ରେ ମଦ୍ୟ ପାନ କରି ୧୫ କିଲୋମିଟର ଯାତ୍ରା କରିଥିଲେ ।

ସୂଚସୂଥାଉ କି, ତେବେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ପୋଲିସର ଭିତିରିଆ ସଂପର୍କ
ଥିବା ସିବିଆଇ ହାତରେ ପ୍ରମାଣ ଲାଗିଛି । ତେବେ ଏହି ବାଇକ୍‌କୁ କୋଲକାତା ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ ସିବିଆ ଜବତ କରିଛି ।

Share